କେନାଲକୁ ଖସିଲା ବସ୍‌, ୩୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

କେନାଲକୁ ଖସିଲା ବସ୍‌, ୩୫ ମୃତ

ଭୋପାଲ: ମଧ୍ୟପ୍ରଦେଶରେ ମଙ୍ଗଳବାର ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ କେନାଳକୁ ଖସି ପଡିଛି। ମଧ୍ୟପ୍ରଦେଶ ରିୱା-ସିଦ୍ଧିସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। କେନାଲରୁ ବର୍ତ୍ତମାନ ଯାଏଁ ୩୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ୭ଜଣ ଯାତ୍ରୀ ପହଁରି ଜୀବିତ କୂଳକୁ ଆସିଛନ୍ତି।

ଆଜି ସାକାଳୁ ବସ୍‌ଟି ମଧ୍ୟପ୍ରେଦଶର ସିଦ୍ଧି ଜିଲ୍ଲାରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କେନାଲକୁ ଖସିପଡିଥିଲା ବସ୍‌। ଏଥିରେ ମୋଟ ୫୪ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଏସଡିଆର୍‌ଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।


ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।  ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ଯ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଏହି ଦୁର୍ଘଟଣା ଯୋଗୁଁ ଗୃହପ୍ରେବଶ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ସ୍ଥଗିତ କରିଛନ୍ତି।

ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି,  ଏସ୍‌ଡିଆରଏଫ୍‌ର ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତର ଏବଂ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ଅଛି।  ବସ୍‌କୁ କେନାଲ ଭିତରୁ ବାହାର କରିବା ପାଇଁ ପ୍ରୟାସ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି।

କୁହାଯାଉଛି ଯେ, ଏହି ବସ୍‌ରେ ମୋଟ ୫୪ ଯାତ୍ରୀଙ୍କ ସମେତ କିଛି ଛୁଆ ମଧ୍ୟ ସାମିଲ ଥିଲେ। କେନାଲରେ ଅଧିକ ପାଣି ଥିବାରୁ ବସଟି ପୁରାପୁରି ବୁଡି ଯାଇଥିଲା। ତେବେ କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବସକୁ ଉଦ୍ଧାର କରାଯାଇଛି। ଆଖପାଖର ଗାଁ ଲୋକେ ମଧ୍ୟ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

The post କେନାଲକୁ ଖସିଲା ବସ୍‌, ୩୫ ମୃତ appeared first on Odisha Reporter.



from Odisha Reporter https://ift.tt/3ppq6vZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages