ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟର ଏକ ଓକିଲ ଦମ୍ପତିଙ୍କୁ ଗତକାଲି ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ କାର୍ରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଦମ୍ପତି ହେଲେ ଗଟୁ ବାମନ ରାଓ ଏବଂ ତାଙ୍କ ସ୍ତ୍ରୀ ପିଭି ନାଗମଣି । ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ ଓକିଲ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ପୁଲିସ୍ ଛାନଭିନ୍କୁ ଜୋରଦାର କରିଥିବା ବେଳେ ହତ୍ୟାକାରୀର ଟେର ପାଇପାରିପାରିନି।
ଗତକାଲି ତେଲେଙ୍ଗାନା ହାଇକୋର୍ଟରୁ କାମ ସାରି ଉଭୟ ଘରକୁ ଫେରୁଥିଲେ। ମାତ୍ର ଜନଗହଳିପୂର୍ଣ୍ଣ ବିଚ୍ ରାସ୍ତାରେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏପରିକି ଗାଡ଼ି ଅଟକାଇ ଉଭୟଙ୍କୁ ଘୋଷାଡ଼ି ଆଣି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ୍ ଗୁରୁତର ଦମ୍ପତିଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲ।।
ଏହାପରେ ଘଟଣାସ୍ଥଳରୁ ଏକ କାର୍ରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ବେଳର ଚିତ୍ର ରାସ୍ତାରେ ଯାଉଥିବା ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଏହାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ତେଲେଙ୍ଗାନା ବାର୍ କାଉନସିଲ ପକ୍ଷରୁ ଦାବି କରାଯାଇଛି। ତେଲେଙ୍ଗାନା ଗୃହ ମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ସରଗରମ ପରିସ୍ଥିତି ଲାଗି ରହିଥିବା ବେ ହତ୍ୟାକାରୀକୁ ଖୋଜିବାକୁ ତେଲେଙ୍ଗାନା ପୁଲିସ୍ ୬ଟି ଟିମ ଗଠନ କରି ଘଟଣାର ତଦନ୍ତ କରୁଛି । ଏବେ ଯାଏଁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଏହି ହତ୍ୟା ଘଟଣା ପଛରେ ଜଣେ ଟିଆରଏସ୍ ଲିଡରଙ୍କ ହାତ ଥିବା ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ୍ କମିଶନରଙ୍କୁ ଜଣାଇଥିଲେ ଗଟୁ ବାମନ ରାଓ । ଏମିତି କି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଏନେଇ ସେ ପୂର୍ବରୁ ଜଣାଇଥିଲେ । ପୁଲିସ୍ ସେମାନଙ୍କୁ ଧମକ ଦେଉଥିବା ସହ ସହଯୋଗ କରୁ ନ ଥିବା ନେଇ ଓକିଲ ଦମ୍ପତି ଗତ ସେପ୍ଟେମ୍ବରରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହେଲେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ଗ୍ରହଣ ନ କରିବାରୁ ଅସନ୍ତାଷ ପ୍ରକାଶ ପାଇଛି।
The post ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ହାଣି ଦେଲେ appeared first on Odisha Reporter.
from Odisha Reporter https://ift.tt/2Zr9oBR
No comments:
Post a Comment