ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବିଧାନସଭା ଆଗରେ ଗତକାଲି ଆତ୍ମଦାହ ଉଦ୍ୟମ ଓ ପୂର୍ବରୁ ଏଭଳି ଅନେକ ଘଟଣା ଘଟିବା ପରେ ଏହାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାରେ କଟକଣା ଜାରି କରାଯାଇଛି। କଟକଣା ଆଜିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ। ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପୁଲିସ କମିଶନର ଅପିଲ୍ କରିଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।  ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପୁଲିସ ଡିଜି ଅଭୟ। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଗୁଇନ୍ଦା ବିଭାଗର କର୍ମଚାରୀ ସାଦା ପୋଷାକରେ ମୁତୟନ ରହିବେ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସୂଚନା ଅନୁଯାୟୀ, ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି। ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କିଛି ନଶୁଣିବାରୁ ସେ ଆଜି ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୁଲିସ ଉଦ୍ଧାର କରିଛି।

ଅଭିଯୋଗ ଅନୁସାରେ ହଂସପାଳ ଅଞ୍ଚଳର ଜଣେ ଫଳ ବେପାରୀଙ୍କ ପତ୍ନୀଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏନେଇ ଥାନାକୁ ଗଲେ ନିରାଶ ହେବାକୁ ପଡ଼ୁଥିଲା। ଥାନା ବାବୁଙ୍କଠାରୁ ନିରାଶ ହୋଇ ସମ୍ପୃକ୍ତ ଆତ୍ମାହୁତି ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରାହ୍ନରେ ସେ ବିଧାନସଭା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ତାଙ୍କୁ କାବୁ କରିନେଇଥିଲା।

ଗତ ବିଧାନସଭା ଅଧିବେଶନରେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଥିଲା। ପରୀକୁ ନ୍ୟାୟ ଦେବା ପାଇଁ ତାଙ୍କ ବାପା-ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଆଠଗଡ଼ର କେତେକ ଚାଷୀ ଓ ଜଗତସିଂହପୁର ଜିଲ୍ଲାର ମାଆ-ପୁଅ ମଧ୍ୟ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ପୁଲିସଠାରୁ ନ୍ୟାୟ ନପାଇଁ ସେମାନେ ଏପରି କରୁଥିବା ଅଭିଯୋଗ ହୋଇଛି। ସେପଟେ ବିଧାନସଭା ଆଗରେ ଆଜି ଆତ୍ମଦାହ ଉଦ୍ୟମ ଓ ଗତ ଅଧିବେଶନ ବେଳେ ଯେଉଁଭଳି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଉଦ୍ୟମ ହୋଇଥିଲା, ତାକୁ ରୋକିବା ଏବେ କମିଶନରେଟ୍ ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ ଏରିଆ କରାଯିବ।

The post ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ appeared first on Odisha Reporter.



from Odisha Reporter https://ift.tt/3bfmXd5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages