ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଲେ ଅଭିଯୁକ୍ତ ନାବାଳକର ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଲେ ଅଭିଯୁକ୍ତ ନାବାଳକର ଓକିଲ

ନୟାଗଡ଼(ଓଡ଼ିଶା ରିପୋର୍ଟର) ନୟାଗଡ଼ ପରୀ ହତ୍ୟା ଘଟଣାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ। ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା ବୁଢ଼ୀ ଅସୁରୁଣୀର ଗପ କହିଛନ୍ତି। ବୋଥ୍ରାଙ୍କ ଥିଓରୀ ଏବଂ ପ୍ରାକ୍ଟିକାଲରେ କୌଣସି ତାଳମେଳ ନ ଥିବା ଚାର୍ଜ ସିଟ କହୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର। ପଞ୍ଚନାମା ଏବଂ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଥିବା ଚାର୍ଜ ସିଟରୁ ଜଣା ପଡୁଛି ବୋଲି କହିଛନ୍ତି ଚନ୍ଦ୍ର ।

ଚାର୍ଜସିଟରେ ହତ୍ୟାକାଣ୍ଡ ରେ ଏକମାତ୍ର ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଛି ଏସଆଇଟି l ଜୁଡ଼ିସିଆଲ ମ୍ୟାଜିଷ୍ଟେଟଙ୍କ ପାଖରେ ଯଦୁପୁର ଗ୍ରାମର ୩ ଜଣ ବ୍ୟକ୍ତି ସାକ୍ଷ୍ୟ ପ୍ରମାଣ  ଦେଇଥିବା ଚାର୍ଜ ସିଟରେ ଉଲ୍ଲେଖ ରହିଛି l ଏବେ ଅଭିଯୁକ୍ତ ନାବାଳକ ଅନୁଗୁଳ ବାଳ ସୁଧାର ଗୃହ ରେ ରହିଥିବା ବେଳେ ଆସନ୍ତା ୧୯ ତାରିଖରେ ଏଲଭିଏ ଟେଷ୍ଟ ପାଇଁ ଚିଲଡ୍ରେନ କୋର୍ଟରେ ହାଜର ହେବ lତେବେ ଅଭିଯୁକ୍ତ ନାବାଳକର ଓକିଲଙ୍କ ଅଭିଯୋଗ ନେଇ ଅରୁଣ ବୋଥ୍ରା କି ରାଜ୍ୟ ସରକାର କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତକାଲି ପରୀମାମଲାରେ  ନୟାଗଡ ଜୁଭେନାଇଲ କୋର୍ଟ ୯ ପୃଷ୍ଟା  ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ପୁରୁଣା ଅଭିଯୋଗକୁ ଦୋହରାଯାଇଛି। ପରୀ ଫ୍ରକରେ ଅଭିଯୁକ୍ତର ସିମେନ ଲାଗିଥିବା ଭୁବନେଶ୍ୱର ଫରେନସିକ୍‌ ଲାବରେଟେରୀରୁ ସ୍ପଷ୍ଟ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏଥିରେ ଜଣେ ପୁଅର ସମ୍ପୃକ୍ତି ରହିଛି। ସେହିପରି ମିଳିଥିବା ପରୀ ହାଡ଼ରୁ କ୍ୟାମିକାଲ ବ୍ୟବହାର ନେଇ  ପ୍ରମାଣ ମିଳି ନଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ, ୧୪ ଜୁଲାଇ ୨୦୨୦ରେ ପରୀ ନିଖୋଜ ନେଇ ଘଟଣା ନୟାଗଡ ଥାନାରେ ଅଭିଯୋଗ ହୋଇଥିଲା । ୨୫ ନଭେମ୍ବରରେ ଏହି ମାମଲାରେ ଏସଆଇଟି ତଦନ୍ତ ଆରମ୍ଭ କରିଥିଲା ।

The post ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଲେ ଅଭିଯୁକ୍ତ ନାବାଳକର ଓକିଲ appeared first on Odisha Reporter.



from Odisha Reporter https://ift.tt/3u7Njq8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages