ବଜେଟ ଅଧିବେଶନ ଆରମ୍ଭରୁ ହଙ୍ଗାମା, କକ୍ଷତ୍ୟାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ବଜେଟ ଅଧିବେଶନ ଆରମ୍ଭରୁ ହଙ୍ଗାମା, କକ୍ଷତ୍ୟାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ତେବେ ଆରମ୍ଭରୁ ହିଁ ହଙ୍ଗାମା କରି କକ୍ଷତ୍ୟାଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ କକ୍ଷ ତ୍ୟାଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ହେଲେ ରାଜ୍ୟପାଳଙ୍କ ଅଭିଭାଷଣ  ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ ।  କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି,  ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ  ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ବିଜେପି ସଦସ୍ୟମାନେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ  । ଧାନମଣ୍ଡି ଅବ୍ୟବସ୍ଥା, କୋଟିଆ ବିବାଦ ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନଥିବାରୁ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ

ସୂଚନାଯୋଗ୍ୟ, ଆଜି  ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ   କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ  ବୋଲି କହିଥିଲେ। ଏହାବ୍ୟତୀତ  ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି   କହିଥିଲେ । ଏହି ଅବସରରେ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ  ।

ଏଥିସହ ରାଜ୍ୟସରକାର ନିଜ ଅଭିଭାଷଣରେ କହିଛନ୍ତି,  ୨୦୨୧ ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରୁ ବର୍ଜ୍ୟବସ୍ତୁ ପ୍ରକିୟାକରଣ ହେବ। ଭିନ୍ନକ୍ଷମ, ନିରାଶ୍ରୟ, ବରିଷ୍ଠ ନାଗରିକଙ୍କ ସାମାଜିକ ନିରାପତ୍ତା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । କରୋନା ବେଳେ ଅଙ୍ଗନବାଡ଼ି ଦ୍ୱାରା ପିଲାଙ୍କ ପୃଷ୍ଟିସାଧନ ହୋଇଛି। ୧୬,୫୦୦ରୁ ଅଧିକ ମୋ ଉପକାରୀ ବଗିଚା ବିକଶିତ କରାଯାଇଛି। ବିଜୁ ଶିଶୁ ସୁରକ୍ଷା୨୦୨୦ ପରିବର୍ଦ୍ଧିତ ହେବ । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ୭୫୦୦ କୋଟି ଟଙ୍କା ବ୍ୟୟରେ ୬୬ ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଛି।

ଏଥିସହ ରାଜ୍ୟପାଳ କହିଛନ୍ତି, କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହୋଇନି। ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ପ୍ରଦ୍ଧତି ଅବଲମ୍ବନ କରାଯାଉଛି । ସରକାର ୨୪ ଘଣ୍ଟିଆ  ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ । ଷ୍ଟାର୍ଟ୍-ଅପ୍‌ ଉନ୍ନତି ପାଇଁ ଷ୍ଟାର୍ଟ୍-ଅପ୍ ଓଡ଼ିଶା ଉପକ୍ରମ ଆରମ୍ଭ । ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି। ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ।

ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।    ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ  । ୨୭ ତାରିଖରେ ଶେଷ ହେବ ପ୍ରଥମ  ପର୍ଯ୍ୟାୟ ଅଧିବେଶନ ।  ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ଯାଏଁ ଚାଲିବ । ଆସନ୍ତା ୨୨ରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ  ।

The post ବଜେଟ ଅଧିବେଶନ ଆରମ୍ଭରୁ ହଙ୍ଗାମା, କକ୍ଷତ୍ୟାଗ appeared first on Odisha Reporter.



from Odisha Reporter https://ift.tt/3k0JkqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages