ଟ୍ରେଲରରେ ପିଟି ହେଲା ବୋଲେରୋ, ଆଖି ବୁଜିଲା ୮ ବର୍ଷର ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ଟ୍ରେଲରରେ ପିଟି ହେଲା ବୋଲେରୋ, ଆଖି ବୁଜିଲା ୮ ବର୍ଷର ପୁଅ

ପାରାଦୀପ(ରମାକାନ୍ତ ନାୟକ):  ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ  ପିଟି  ହେବାରୁ ଜଣେ  ୮ ବର୍ଷ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ, ଗତରାତିରେ ଏରସମା ଅଞ୍ଚଳର ଏକ ପରିବାରର ବାପା, ମା’, ପୁଅ, ଝିଅ ଏକ ବୋଲେରୋ ଯୋଗେ କଟକରୁ ଗାଁ ଅଭିମୁଖେ ଯାଉଥିଲେ।  ରଘୁନାଥପୁର ଖଣ୍ଡତିରା ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଟ୍ରେଲର ଛିଡ଼ା ହୋଇଥିଲା। ଦ୍ରୁତ ଗତିରେ ଯାଉଥିବା ବୋଲେରୋଟି ଟ୍ରେଲରରେ ପିଟି ହେବାରୁ ଘଟଣାସ୍ଥଳରେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସମେତ ବାପା, ମା’ ଝିଅ ଗୁରୁତର ହୋଇପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛି। ଦୁର୍ଘଟଣାରେ ସମ୍ପୃକ୍ତ ଟେଲରଟ୍ରକ ସହ ତାର ଡ୍ରାଇଭରକୁ ପାରାଦୀପ ଲକଥାନା ପୁଲିସ୍‌ ଅଟକ ରଖିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

The post ଟ୍ରେଲରରେ ପିଟି ହେଲା ବୋଲେରୋ, ଆଖି ବୁଜିଲା ୮ ବର୍ଷର ପୁଅ appeared first on Odisha Reporter.



from Odisha Reporter https://ift.tt/2MPCyaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages