କୋଲକାତା: ଭାରତର ପୂର୍ବତନ ପେସ୍ ବୋଲର ଅଶୋକ ଦିଣ୍ଡା ସମସ୍ତ ପ୍ରକାରର କ୍ରିକେଟକୁ ଅଲବିଦା କହିଛନ୍ତି। ୩୬ ବର୍ଷୀୟ ଦିଣ୍ଡା ପ୍ରେସ୍ କନଫରେନ୍ସ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଦିଣ୍ଡା ବିସିସିଆଇ ଓ ଗୋଆ କ୍ରିକେଟ୍ ଆସୋସିଏସନ୍ (ଜିସିଏ)କୁ ମେଲ୍ କରିଛନ୍ତି। ଏହି ଅବସରରେ ଦିଣ୍ଡା କହିଛନ୍ତି, ମୁଁ ବେଙ୍ଗଲ ପକ୍ଷରୁ ଖେଳିଛି ଏବଂ ମୋତେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିଛି। ବିଶେଷକରି ମୁଁ ବିସିସିଆଇକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯିଏ ମୋତେ ଭାରତ ପାଇଁ ଖେଳିବାକୁ ସୁଯୋଗ ଦେଇଛି।
ଏହି ଡାହାଣହାତୀ ପେସ୍ ବୋଲର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୦ରେ ସେ ଜିମ୍ବାୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। କିନ୍ତୁ ଦିଣ୍ଡାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବେଶୀ ଦିନ ତିଷ୍ଠିନଥିଲା। ୨୦୦୯ରୁ ୨୦୧୩ ଭିତରେ ଦିଣ୍ଡା ଭାରତ ପକ୍ଷରୁ ୧୩ ଦିନିକିଆ ଖେଳି ୧୨ ଓ ୯ ଟି-୨୦ ମ୍ୟାଚ୍ ଖେଳି ୧୭ ୱିକେଟ୍ ଅକ୍ତିଆର କରିଛନ୍ତି।
ପ୍ରଥମଶ୍ରେଣୀ କ୍ରିକେଟରେ ଦିଣ୍ଡାଙ୍କ ରେକର୍ଡ ଜବରଦସ୍ତ ରହିଛି। ସେ ବେଙ୍ଗଲ ପକ୍ଷରୁ ୧୧୬ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୨୮.୨୮ ହାରରେ ୪୨୦ ୱିକେଟ୍ ନେଇଛନ୍ତି। ସେହିପରି ଲିଷ୍ଟ-ଏ’ରେ ଦିଣ୍ଡା ୯୮ ମ୍ୟାଚ୍ ଖେଳି ୧୫୧ ୱିକେଟ୍ ହାସଲ କରିଛନ୍ତି। ସେ ଶେଷଥର ପାଇଁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗୋଆ ପକ୍ଷରୁ ଟି-୨୦ ମ୍ୟାଚ୍ ଖେଳିଥିଲେ।
The post କ୍ରିକେଟକୁ ଅଲବିଦା କହିଲେ ଅଶୋକ ଦିଣ୍ଡା appeared first on Odisha Reporter.
from Odisha Reporter https://ift.tt/3axa3Hd
No comments:
Post a Comment