ଅସ୍କାରରେ ଏଣ୍ଟ୍ରି ମାରିଲା ଏକତା କପୁରଙ୍କ ‘ବିଟ୍ଟୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଅସ୍କାରରେ ଏଣ୍ଟ୍ରି ମାରିଲା ଏକତା କପୁରଙ୍କ ‘ବିଟ୍ଟୁ’

ନୂଆଦିଲ୍ଲୀ: ଅସ୍କାରରେ ଭାରତର ଆଉ ଏକ ଫିଲ୍ମ ଏଣ୍ଟ୍ରି ମାରିଛି। ଏକତା କପୁର, ତାହିରା କଶ୍ୟପ୍ ଓ ଗୁନୀତ ମୋଙ୍ଗାଙ୍କ ଅଭିନୀତ ଶର୍ଟ ଫିଲ୍ମ ‘ବିଟ୍ଟୁ’କୁ ଅସ୍କାର ୨୦୨୧ରେ ଏଣ୍ଟ୍ରି ମିଳିଛି। ସେହିପରି ମାଲୟଲମ ଫିଲ୍ମ ‘ଜଲିକଟ୍ଟୁ’ ଅସ୍କାର ଦୌଡ଼ରୁ ବାହାର ହୋଇଯାଇଛି। ‘ବିଟ୍ଟୁ’ ଫିଲ୍ମକୁ ଲାଇଭ୍ ଆକ୍ସନ୍ ଶର୍ଟ ଫିଲ୍ମ କ୍ୟାଟେଗୋରୀ ପାଇଁ ଚୟନ କରାଯାଇଛି। ‘ବିଟ୍ଟୁ’ ବ୍ୟତୀତ ଆଉ ୯ଟି ଶର୍ଟ ଫିଲ୍ମ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଖୋଦ୍ ଏକତା କପୁର ଓ ତାହିରା କଶ୍ୟପ୍ ସୋଶାଲ ମିଡିଆରେ ଏହି ଖୁସି ଖବର ଶେଆର୍ କରିଛନ୍ତି।

ତାହିର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ‘୯୩ତମ ଏକାଡେମୀ ପୁରସ୍କାର ପାଇଁ ‘ବିଟ୍ଟୁ’ ଟପ୍-୧୦ରେ ସ୍ଥାନଦ ପାଇଛି। ଆମେ ଶାନ୍ତ ରହିପାରିବୁ ନାହିଁ କାରଣ ଏହା ଇଣ୍ଡିଆନ ୱିମେନ୍ ରାଇଜିଂ ଅଧୀନସ୍ଥ ଆମର ପ୍ରଥମ ପରିଯୋଜନା, ଯାହା ଆମ ପାଇଁ ବହୁତ ଖାସ୍। ଆପଣ ସମସ୍ତେ ରକଷ୍ଟାର୍। ସେହିପରି ଏକତା କପୁର ଖୁସି ପ୍ରକଟ କରି କହିଛନ୍ତି।

ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ନିର୍ମାତା ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍ ଖୁରାନ୍ନା ଓ ରୁଚିକା କପୁର ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ଲଞ୍ଚ କରିଥିଲେ। ନିଜର ପ୍ରଥମ ପ୍ରୋଜେକ୍ଟର ଘୋଷଣା କରିବା ପରେ ପରେ ଏକ ଶର୍ଟ ଫିଲ୍ମ ନିର୍ମାଣ କରିଥିଲେ, ଯାହାର ନାମ ‘ବିଟ୍ଟୁ’ ରଖାଯାଇଛି। କରିଶ୍ମା ଦେବ ଦୁବେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ତା’ର ଦମଦାର ପଟକଥା ଓ ଅଭିନୟ ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

 

View this post on Instagram

 

A post shared by Guneet Monga (@guneetmonga)

ଶର୍ଟ ଫିଲ୍ମ ‘ବିଟ୍ଟୁ’ ୧୮ରୁ ଅଧିକ ଫେଷ୍ଟିଭାଲ୍ ଜିତି ସାରିଛି। ବିଟ୍ଟୁ ଭାରତରେ ଧର୍ମଶାଳା ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରସାରିତ ହୋଇସାରିଛି। ଏହାବ୍ୟତୀତ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲ୍, ଟେଲୁରାଇଡ୍, ପାମ ସ୍ପ୍ରିଙ୍ଗସ୍ ଶର୍ଟଫେଷ୍ଟ, ହୋଲିଶର୍ଟ୍ସରେ ମଧ୍ୟ ଚାଲିଥିଲା। ଏଥିରେ କରିଶ୍ମାଙ୍କୁ ଶ୍ରେଷ୍ଠ ଡାଇରେକ୍ଟର ଆୱାର୍ଡ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଶର୍ଟ ଫିଲ୍ମ ‘ବିଟ୍ଟୁ’ ଏକ ସତ ଘଟଣା ଉପରେ ଆଧାରିତ। ଦୁଇ ଯୁବତୀଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି।

The post ଅସ୍କାରରେ ଏଣ୍ଟ୍ରି ମାରିଲା ଏକତା କପୁରଙ୍କ ‘ବିଟ୍ଟୁ’ appeared first on Odisha Reporter.



from Odisha Reporter https://ift.tt/3a3LX7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages