ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍ ଶୀଘ୍ର ଖୋଲିପାରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ଯାଜପୁର ପୋଲିସକୁ ମିଳିଲା ଝରାଫୁଲଙ୍କ ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ନେଇ ତର୍ଜମା କରୁଛି ଯାଜପୁର ପୁଲିସ୍। ଭିସେରା ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ଖୁଲାସା ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁଆଖିଆ ପୁଲିସ ଓ ଯାଜପୁରରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଝରାଫୁଲଙ୍କ ଝିଅର ମୃତଦେହ ଚିହ୍ନଟ କରିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା। ହେଲେ ତାଙ୍କ ସହଯୋଗୀ ଏ ଯାଏ ପୁଲିସ୍ କବଜାରୁ ଫେରାର ଅଛନ୍ତି।
The post ଆସିଲା ଭିସେରା ରିପୋର୍ଟ, ଖୁବ୍ଶୀଘ୍ର ଝରାଫୁଲ ମୃତ୍ୟୁ ଉପରୁ ହଟିବ ପରଦା ! appeared first on Odisha Reporter.
from Odisha Reporter https://ift.tt/3p6OKRV
No comments:
Post a Comment