ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ହୋଟେଲ ବ୍ୟବସାୟୀ। ଏପରି ଅଭାବନୀୟ ଘଟଣା ଗତ ରାତିରେ ରାଉରକେଲାରେ ଘଟିଛି। ମୃତକ ହେଲେ ସହରର ଜଣାଶୁଣା ବସେରା ହୋଟେଲ ମାଲିକ ସଜନ ମିତ୍ତଲ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାମ ସାରି ସଜନ ଘରକୁ ଫେରୁଥିଲେ। ଉକ୍ତ ସମୟରେ ପୂର୍ବରୁ ଛକି ରହିଥିବା ଦୃର୍ବୃତ୍ତ ରାଉରକେଲା ଡିଲକ୍ସ ହୋଟେଲ ଗଳିରେ ତାଙ୍କୁ ଆକ୍ରମଣ କରିଥିଲେ । ସଜ୍ଜନ ସେଠାରେ ଲହୁଲୁହାଣ ହୋଇ ପଡି ଯାଇଥିଲେ । ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ IGH ପଠାଇଥିଲେ । ସେଠାରେ ରାତି ପ୍ରାୟ ୩ଟାରେ ତାଙ୍କ ମୃତ୍ୟୁ ହୋଇଛି।
ପ୍ଲାଣ୍ଟସାଇଟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ସଜ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ନା ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି ତା ପୁଲିସ୍ ତଦନ୍ତ କରୁଛି । ବ୍ୟବସାୟିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।
The post ଘରକୁ ଫେରୁଥିଲେ ହୋଟେଲ ମାଲିକ, ମୁଣ୍ଡକୁ ଛେଚି ଦେଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/3payvTP
No comments:
Post a Comment