ମେଷ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ। ତେଣୁ ସତ୍ସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ପ୍ରତିକାର– ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ।
ବୃଷ: ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖା ଦେବ। ବାଦବିବାଦ ଦେଖା ଦେବାର ସମ୍ଭାବନା ରହିଛି।କୌଣସି ଦ୍ରବ୍ୟ ଚୋରି ହୋଇ ଯାଇପାରେ କିମ୍ବା ହଜି ଯାଇପାରେ। ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଆଘାତ ସୃଷ୍ଟି କରିବ। ପ୍ରତିକାର– ୫ଟି ତ୍ରିଶାଖା ବେଲପତ୍ର ଓ କିଛି କଞ୍ଚାକ୍ଷୀର ମହାଦେବଙ୍କୁ ଅର୍ପଣ କରନ୍ତୁ।
ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଘଟିବ। ଦୁର୍ଘଟଣା ଘଟିପାରେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ ନାହିଁ। ପ୍ରତିକାର– ସାତଟି ପାନପତ୍ର ଶ୍ରୀ ଗଣେଶଙ୍କୁ ଚଢ଼ାନ୍ତୁ।
କର୍କଟ: କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମହିଳାମାନଙ୍କ କାର୍ଯ୍ୟ ସହଜ ଓ ସରଳ ଭାବରେ ସମ୍ପାଦିତ ହେବ। ପ୍ରତିକାର– ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।
ସିଂହ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଗୁପ୍ତଶତ୍ରୁମାନେ ପରାଜିତ ହେବେ ଓ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ସନ୍ତାନମାନେ ଆଜ୍ଞାଧୀନ ହେବେ।
କନ୍ୟା: ଅଜଣା, ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକମାନେ ପରୋକ୍ଷରେ ଶତ୍ରୁ ଭଳି ଆଚରଣ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କିଛି ଦୁବଘାସରେ କଳା ବିରି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
ତୁଳା: ପରିବାରରୁ ସ୍ନେହଶ୍ରଦ୍ଧା ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇ ଉପକୃତ ହେବେ। ବହୁଦିନରୁ ଲାଗି ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ। ପ୍ରତିକାର– ‘ଓଁ ନମଃ ଶିବାୟ’ ଏହି ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।
ବିଛା: ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣ ହେବ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ଜରୁରୀ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ପ୍ରତିକାର– ୩ଟି ଡାଳିମ୍ବ ହନୁମାନଙ୍କୁ ଚଢ଼ାନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ।
ଧନୁ: ପରିବାରରେ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ମାନସିକ ଅଶାନ୍ତି ଦୁଃଶ୍ଚିନ୍ତା ଦେଇ ଗତି କରିବେ। ବ୍ୟବସାୟରେ ବାଧାବିଘ୍ନ ମାନ ସୃଷ୍ଟି ହେବ। ପ୍ରତିକାର– କିଛି ହଳଦୀପାଣି କଦଳୀ ଗଛ ମୂଳରେ ଢାଳନ୍ତୁ।
ମକର: ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ଲାଭ କରିବେ। କୌଣସି ସଙ୍ଗଠନ ତରଫରୁ ସମ୍ମାନିତ ହୋଇପାରନ୍ତି। ପ୍ରତିକାର– କିଛି କଳାରାଶି କଞ୍ଚାକ୍ଷୀରରେ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।
କୁମ୍ଭ: ଅର୍ଥପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବ୍ୟବସାୟରେ ପ୍ରତିଯୋଗିତା ମନୋଭାବ ଦେଖାଦେବ। ପ୍ରତିକାର– ୨୧ଟି ରାଶି ଲଡୁ ମା କାଳୀଙ୍କ ପାଖରେ ଭୋଗ କରି ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।
ମୀନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ହସଖୁସିର ଆସର ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ଲାଭ କରିବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ପ୍ରତିକାର– ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ।
The post ୧୦ ଫେବ୍ରୁଆରୀ, ବୁଧବାର: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଘଟିବ appeared first on Odisha Reporter.
from Odisha Reporter https://ift.tt/3aWcqng
No comments:
Post a Comment