ଚେନ୍ନାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିନ। ଆଜି ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି। ତେବେ ଦଳ ଆଗରେ ବଡ଼ ସ୍କୋର ଥିବା ବେଳେ ପ୍ରାରମ୍ଭରୁ ଲାଗିଛି ଝଟକା। ଆଉଟ୍ ହୋଇ ଯାଇଛନ୍ତି ଓପନିଂ କରିବାକୁ ଆସିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା।
ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ୯ଟି ବଲ୍ର ସମ୍ମୁଖୀନ ହୋଇଥିବା ରୋହିତ ଗୋଟିଏ ଚୌକା ସହାୟତାରେ ୬ ରନ୍ କରି ଆଉଟ୍ ହୋଇଛନ୍ତି। ଜୋଫ୍ରା ଆର୍ଚରଙ୍କ ବଲ୍ରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଖବର ଲେଖାଯିବା ବେଳକୁ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି। ଶୁବମନ ୨୪ଟି ବଲ୍ରୁ ୨୪ରନ୍ କରିଥିବା ବେଳେ ଚେତେଶ୍ୱର ୧୯ ବଲ୍ରୁ ୯ ରନ୍ କରିଛନ୍ତି। ଦଳୀୟ ସ୍କୋର ୩୯ ରନ୍ ହୋଇଛି।
ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଛି। ଅଧିନାୟକ ଜୋ ରୁଟ୍ ସର୍ବାଧିକ ୨୧୮ ରନ୍ କରିଛନ୍ତି। ସେହିପରି ଡମ୍ ସିବଲେ ୮୭ ରନ୍ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୮୨ କରିଥିଲେ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
The post ରୋହିତ୍ ଶର୍ମା ଆଉଟ୍ appeared first on Odisha Reporter.
from Odisha Reporter https://ift.tt/39TSySa
No comments:
Post a Comment