ନିଜକୁ ‘ବାଗୀ’ ଘୋଷଣା କଲେ କନଷ୍ଟେବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ନିଜକୁ ‘ବାଗୀ’ ଘୋଷଣା କଲେ କନଷ୍ଟେବଳ

ଭୋପାଲ: ପୁଲିସରୁ ସାଜିଲେ ବିଦ୍ରୋହୀ। ନିଜକୁ ଘୋଷଣା କଲେ ‘ବାଗୀ’। ମଧ୍ୟପ୍ରଦେଶର ଜଣେ କନଷ୍ଟେବଳ ଭିଡିଓ ଜାରି କରି ନିଜକୁ ‘ବାଗୀ’ ତଥା ବିଦ୍ରୋହୀ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ରାସ୍ତରେ ଯିଏ ଆସିବ ସେ ତାଙ୍କୁ ଗୁଳି କରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

ଟାଇମ୍ସ ନାଓର ରିପୋର୍ଟ ମୁତାବକ, ମଧ୍ୟପ୍ରେଦଶର ଗୁନା ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣେ କନଷ୍ଟେବଳ ଡ୍ୟୁଟିରୁ ଗାୟବ ହେବା ପରେ ତାଙ୍କର ଏହି ଭିଡିଓଟି ସାମ୍ନାକୁ ଆସିଛି। ଏହି ଭିଡିଓରେ କନଷ୍ଟେବଳ ଜଣକ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ଭିଡିଓରେ କନଷ୍ଟେବଳ ଜଣକ ଗୁଳି ଚଳାଉଥିବା ମଧ୍ୟ ଦେଖିବାକୁ ମିଳିଛି।, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓକୁ ଜାରି କରି କନଷ୍ଟେବଳ ଜଣକ କହିଛନ୍ତି ଯେ, “ମୁଁ କାଲି ଯାଏଁ କନଷ୍ଟେବଳ ଥିଲି। ଆଜି କିନ୍ତୁ ମୁଁ ଜଣେ ବିଦ୍ରୋହୀ। ଏଥିପାଇଁ ମୋ ପୁଲିସ ବିଭାଗର ଲୋକେ ହିଁ ଦାୟୀ।”

କନଷ୍ଟେବଳରୁ ବିଦ୍ରୋହୀ ସାଜିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ନିରଜ ଟୋନୀ। ସେ ଗୁନା ଜିଲ୍ଲାର ଡିଆରପି ଲାଇନରେ କାର୍ଯ୍ୟରତ ଥିଲେ। ଟୋନୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଏବଂ ଅନୁସୂଚିତ ଜାତିଜନଜାତି ଅଧିନିୟମ ଅନୁସାରେ ମାମଲା ରୁଜୁ ହୋଇଛି।ଏଥିସହ ୪ଟି ବିଭାଗ ଦ୍ୱାରା ତାଙ୍କୁ ପଚରା ଉଚରା ମଧ୍ୟ କରାଯାଇଛି। ସେପଟେ ସେ ଦୋଷୀ ନୁହନ୍ତି ତାଙ୍କୁ ଫସାଇ ଦିଆଯାଇଥିବା ଟୋନୀ ଅଭିଯୋଗ କରିଛନ୍ତି।

The post ନିଜକୁ ‘ବାଗୀ’ ଘୋଷଣା କଲେ କନଷ୍ଟେବଳ appeared first on Odisha Reporter.



from Odisha Reporter https://ift.tt/2OajAfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages