ନୂଆଦିଲ୍ଲୀ: କାଳ ସାଜିଲା ଭୋଡ୍କା। ଭୋଡକା ପିଇ ହଠାତ ଟଳି ପଡିଲେ ବୃଦ୍ଧ। ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ବେଳେ ଚାଲିଗଲା ଜୀବନ। ନିକଟରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଏଭଳି ଘଟଣା ଘଟିଛି।
ଜଣେ ୬୦ ବର୍ଷୀୟ ଋଷିଆ ବ୍ୟକ୍ତି ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂରେ ଅଧିକରୁ ଅଧିକ ମଦ ପିଇବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ। ଏହାପରେ ଏହି ଚ୍ୟାଲେଞ୍ଜକୁ ପୂରଣ କରିବା ପାଇଁ ସେ ଲାଇଭ ଷ୍ଟ୍ରିମିଂ ବେଳେ ୧.୫ ଲିଟର ଭୋଡାକା ପିଇ ଯାଇଥିଲେ। ତେବେ ଭୋଡ୍କା ପିଉ ପିଉ ହଠାତ୍ ସେ ଟଳି ପଡିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲାଇଭ ଷ୍ଟ୍ରିମିଂରେ ବୟସ୍କ ବ୍ୟକ୍ତିଙ୍କ ଏଭଳି ମୃତ୍ୟୁକୁ ଦେଖି ଦର୍ଶକେ ଭୟଭିତ ହେବା ସହ ଚକିତ ହୋଇଯାଇଥିଲେ।
ଦ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ମୁତାବକ, ‘ଜେଜେ ବାପା’ ନାଁରେ ପ୍ରସିଦ୍ଧ ଥିବା ଏହି ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଜଣେ ୟୁଟ୍ୟୁବର୍ ଭୋଡକା ପିଇବା ଚ୍ୟାଲେଞ୍ଜ ପୂରଣ କରିବା ବଦଳରେ ଟଙ୍କା ଅଫର କରିଥିଲେ। ଏହାପରେ ବୟସ୍କ ବ୍ୟକ୍ତି ଜଣକ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଲାଇଭ ଷ୍ଟ୍ରିମିଂରେ ଏଭଳି ଷଣ୍ଟ ଦେଖାଇଥିଲେ। ଗତ ସପ୍ତାହରେ ଏହି ଘଟଣା ଘଟିଥିବା ବେଳେ ଋଷ ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେଶାଲ ମିଡିଆରେ ହିଂସା ଭଡକାଉଥିବା ଯୋଗୁଁ ରଷ ସିନେଟର ଏଭଳି ଚ୍ୟାଲେଞ୍ଜକୁ ବ୍ୟାନ କରିବା ପାଇଁ ଜୋର ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ୟୁଟ୍ୟୁବରେ ଏହି ଚ୍ୟାଲେଞ୍ଜଟି ଏବେ ଟ୍ରେଣ୍ଡିଂ ଚାଲିଛି । ଏହାକୁ ଥ୍ରେଶ୍ ଷ୍ଟ୍ରିମ୍ ବା ଟ୍ରେସ ଷ୍ଟ୍ରିମ କୁହାଯାଏ। ଏହି ଚ୍ୟାଲେଞ୍ଜ ମୁତାବକ ପ୍ରତିଯୋଗୀଙ୍କୁ ଟଙ୍କା ବଦଳରେ ଅପମାନଜନକ କାର୍ଯ୍ୟ ବା ଷ୍ଟଣ୍ଟ କରିବାକୁ କୁହାଯାଏ ଏବଂ ଏହାର ଲାଇଭ ଷ୍ଟ୍ରିମିଂ କରାଯାଏ।
The post ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂରେ ପିଉଥିଲେ ଭୋଡ୍କା, ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3tyMmXK
No comments:
Post a Comment