ପରିବାର ଲୋକଙ୍କ ଅଭିଯୋଗ; ‘ଚିକିତ୍ସା ଅଭାବରୁ ଗଲା ଜୀବନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ପରିବାର ଲୋକଙ୍କ ଅଭିଯୋଗ; ‘ଚିକିତ୍ସା ଅଭାବରୁ ଗଲା ଜୀବନ’

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଛି । ମେଡିକାଲ କଲେଜ ବାହାରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ମୃତକ ହେଲେ କୋରାପୁଟ ସହରର ଅମିତ କୁମାର ଦାସ ।

 

୩ ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅମିତ ମେଡିକାଲ ଯାଇଥିଲେ। ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅମିତଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବହେଳା କରିଥିବା ଡାକ୍ତର ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଖବର ପାଇ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି।

The post ପରିବାର ଲୋକଙ୍କ ଅଭିଯୋଗ; ‘ଚିକିତ୍ସା ଅଭାବରୁ ଗଲା ଜୀବନ’ appeared first on Odisha Reporter.



from Odisha Reporter https://ift.tt/2MDH2lb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages