ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଆଜି ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍ଏମ୍ଏ) ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ କରାଯାଇଥିଲା।
ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ଆଜି ବିଜେଡି ସାଂସଦ ମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।
ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏପରିକି ଅସନ୍ତୁଷ୍ଟ ସେବାୟତମାନେ ସୁପ୍ରିମ୍କୋର୍ଟ ଯିବେ ବୋଲି କହିଥିଲେ।
ओड़िसा के सांसदों ने केन्द्रीय मंत्री @dpradhanbjp @pcsarangi @sonal_mansingh @sksingh_de ने भेंट कर पुरी से संबंधित नोटिफिकेशन की सूचना दी ।यह नोटिफिकेशन चेयरमैन @NMANEWDELHI की जानकारी के बगैर जारी किया गया था जिसे तत्काल प्रभाव से वापिस लिया जाता है @PMOIndia @MinOfCultureGoI pic.twitter.com/ROmh7EYX9u
— Prahlad Singh Patel (@prahladspatel) February 8, 2021
ପ୍ରସ୍ତାବିତ ଅଧିନିୟମରେ କ’ଣ ରହିଥିଲା
କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ। କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ଅନୁମତି ନେବାକୁ ପଡ଼ିବ।
ଏହି ଆଧାରରେ ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ ମେଘନାଦ ପାଚେରି ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହୋଇଥା’ନ୍ତା। କେବଳ ଏତିକି ନୁହେଁ, ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ କୌଣସି ନୂଆ ନିର୍ମାଣ ଯେପରି ଦୂରରୁ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆଣେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଥିଲା। ଏଥିସହ ବଡ଼ଦାଣ୍ଡରେ ଏଲ୍ଇଡି ସାଇନେଜ୍ ନିଷେଧ କରାଯାଇଥିଲା।
ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିର, ମହାବୀର ମନ୍ଦିର, ତିମଇ ମାତା, ତ୍ରିନାଥ ମନ୍ଦିର, କପାଳମୋଚନ ମନ୍ଦିର, ଶ୍ୱେତଗଙ୍ଗା ପୁଷ୍କରିଣୀ ଓ ମା ଚାମୁଣ୍ଡା ମନ୍ଦିରକୁ ମଧ୍ୟ ଚିହ୍ନଟ କରିଥିଲା NMA। ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଅଧିନିୟମ ପ୍ରସ୍ତୁତ ହୋଇଥିଲା। ଏହାକୁ ଚୂଡ଼ାନ୍ତ କରିବା ପୂର୍ବରୁ ଫେବ୍ରୁଆରୀ ୧୮ ସୁଦ୍ଧା ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ମଗାଯାଇଥିଲା।
ओड़िसा के सांसदों ने मा सांसद @OfPinaki एवं भर्तहरि मेहताब जी के नेतृत्व में भेंट की।मैने प्रतिनिधि मंडल को बतलाया कि नोटिफिकेशन को वापिस लेने का निर्देश दे दिया है।पुरी के संबंध में जब भी कोई कार्यवाही करेंगे वह ओड़िया भाषा में आपसी सहमति से होगी @PMOIndia pic.twitter.com/oCTG3FX9YM
— Prahlad Singh Patel (@prahladspatel) February 8, 2021
The post ଲାଗୁ ପୂର୍ବରୁ ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ appeared first on Odisha Reporter.
from Odisha Reporter https://ift.tt/3aHQkVo
No comments:
Post a Comment