ମନମୋହନ ସିଂହ ଚାହୁଁଥିଲେ, ମୁଁ କଲି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ମନମୋହନ ସିଂହ ଚାହୁଁଥିଲେ, ମୁଁ କଲି: ମୋଦି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସୋମବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳକୁ ପାଲଟା ଆକ୍ରମଣ କରିବା ସହ କୃଷି ଉତ୍ପାଦନର ବିକ୍ରି ସମ୍ବନ୍ଧିତ ସମସ୍ୟା ଦୂର କରିବାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର କଥା ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୃଷି ଆଇନ୍ ସଂଶୋଧନ ଉପରେ କଂଗ୍ରେସ ଅଚାନକ ୟୁ ଟର୍ଣ୍ଣ ନେଇଥିଲା। ଆନ୍ଦୋଳନ ଜରିଆରେ ସରକାରଙ୍କୁ ଘେରନ୍ତୁ, କିନ୍ତୁ ଏଥିରେ ପରିବର୍ତ୍ତନ ନିହାତି ଆବଶ୍ୟକ। କଂଗ୍ରେସ ପାର୍ଟି ମୋ କଥା ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ଥରେ ମନମୋହନ ସିଂହଙ୍କ କଥା ତ ମାନନ୍ତୁ। ମନମୋହନ ସିଂହ ଚାଷୀଙ୍କୁ ଫସଲ ବିକ୍ରି କରିବା ପାଇଁ ସ୍ୱାଧୀନତା ଦେବା କଥା କହିଥିଲେ। ଯାହା ମନମୋହନ ସିଂହ ଚାହୁଁଥିଲେ, ତାହା ମୋ କରିଦେଲି। ଯେତେବେଳେ ରାଜନୀତି ଭାରି ପଡ଼େ, ସେତେବେଳେ ଜଣେ ନିଜର ବିଚାର ହରାଇ ବସିଥାଏ।

ପିଏମ୍ ମୋଦି କହିଛନ୍ତି, ମୁଁ ମନମୋହନ ସିଂହଙ୍କ ଏକ ବିବୃତ୍ତିକୁ ପୁନରାବୃତ୍ତି କରିବାକୁ ଚାହୁଁଛି। ମନମୋହନ ସିଂହ ଚାଷୀଙ୍କୁ ଫସଲ ବିକ୍ରି କରିବା ପାଇଁ ସ୍ୱାଧୀନତା ଦେବା ଓ ଭାରତକୁ ଏକ ବଡ଼ କୃଷି ମାର୍କେଟ ଭାବେ ଛିଡ଼ା କରିବା କଥା କହିଥିଲେ। ଏବେ ସମସ୍ତେ ଗର୍ବ କରିବା ଦରକାର ଯେ ଯାହା ମନମୋହନ ସିଂହ କହିଥିଲେ, ତାହା ମୋଦିଙ୍କୁ କରିବାକୁ ପଡୁଛି। ଦୁଗ୍ଧ କର୍ମଚାରୀ ହୁଅନ୍ତୁ କି ପଶୁପାଳକ କିମ୍ବା ଅନ୍ୟାନ୍ୟ କାମ କରୁଥିବା ଶ୍ରମିକଙ୍କ ପାଇଁ ସବୁ ସ୍ୱାଧୀନତା ରହିଛି। କିନ୍ତୁ ଚାଷୀଙ୍କୁ କାହିଁକି ଏହି ସ୍ୱାଧୀନତା ମିଳିନାହିଁ।

ମୋଦି ଆହୁରି କହିଛନ୍ତି, କୃଷି ଆଇନ୍ ଏକ ଜରୁରୀ ଆଇନ୍ ଏବଂ ଏହାକୁ ଲାଗୁ କରିବା ପାଇଁ ବର୍ତ୍ତମାନ ହିଁ ଉପଯୁକ୍ତ ସମୟ। ଏହାଛଡ଼ା ମୋଦି ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ୍ କରିଛନ୍ତି। ଆସନ୍ତୁ ସମସ୍ତେ ମିଳିଯିବା ଆଗକୁ ବଢ଼ିବା। ନୂଆ କୃଷି ଆଇନ୍ ଏକ ଉତ୍ତମ ପଦକ୍ଷେପ। କୃଷି ଆଇନକୁ ନେଇ କୃଷି ମନ୍ତ୍ରୀ ଲଗାତର କାମ କରୁଛନ୍ତି। ତେଣୁ ଏବେ ପରସ୍ପରକୁ ବୁଝାଇବାର ସମୟ ଆସିଯାଇଛି।

ମୋଦି କହିଛନ୍ତି, ଗୃହରେ ଚାଷୀ ଆନ୍ଦୋଳନକୁ ନେଇ ଖୁବ୍ ଆଲୋଚନା ହୋଇଛି। କେଉଁ କଥାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଛି, ତା ଉପରେ କିନ୍ତୁ ସବୁ ଚୁପ୍। ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ମୁଁ ନିବେଦନ କରୁଛି ଯେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଦେଶକୁ ଆଗକୁ ବଢ଼ିବା ପାଇଁ ଓ କୃଷି କ୍ଷେତ୍ରରେ ବିକାଶ ପାଇଁ ଆଲୋଚନା କରିବା। ପ୍ରତିଟି ଆଇନରେ କିଛି ଭଲ ପ୍ରସ୍ତାବ ରହିଥାଏ, ଯାହା ସମୟ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ। ତେଣୁ ଭଲ କାମ ପାଇଁ ଭଲ ପରାମର୍ଶ ସହ ଭଲ ସଂଶୋଧନ ସହ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ।

ମୋଦି ଆହୁରି କହିଛନ୍ତି, ଆମେ ପ୍ରଥମଥର ଚାଷୀ ରେଳର କଳ୍ପନା କରିଛୁ। ଯେଉଁଠି କ୍ଷୁଦ୍ର ଚାଷୀଙ୍କ ସାମଗ୍ରୀ ବିକ୍ରି ହେଉନଥିଲା, ଆଜି ସେହି ଗାଁର କ୍ଷୁଦ୍ର ଚାଷୀ ରେଳ ମାଧ୍ୟମରେ ମୁମ୍ବାଇର ବଜାରରେ ନିଜର ସାମଗ୍ରୀ ବିକ୍ରି କରିବାରେ ଲାଗିଛନ୍ତି। ତେଣୁ ଏଥିରୁ କ୍ଷୁଦ୍ର ଚାଷୀଙ୍କୁ ହିଁ ଫାଇଦା ହେଉଛି। ଭାରତରେ ୧୦ କୋଟି ଚାଷୀ ପରିବାର ଅଛନ୍ତି, ଯାହାଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ମିଳିଛି। ଏପର୍ଯ୍ୟନ୍ତ ୧ଲକ୍ଷ ୧୫ହଜାର କୋଟି ଟଙ୍କା ସେମାନଙ୍କୁ ଆକାଉଣ୍ଟକୁ ପଠା ଯାଇଛି। ଏଥିରେ ଅଧିକାଂଶ କ୍ଷୁଦ୍ର ଚାଷୀ ଅଛନ୍ତି। ପୂର୍ବରୁ ଫସଲ ବୀମା ଯୋଜନାର ସୁବିଧା କ୍ଷୁଦ୍ର ଚାଷୀଙ୍କୁ ମିଳୁନଥିଲା। ୟୁରିଆ ପାଇଁ କ୍ଷୁଦ୍ର ଚାଷୀଙ୍କୁ ରାତିସାରା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା ଏବଂ ସେମାନଙ୍କ ଉପରେ ଲାଠି ଚାର୍ଜ ହେଉଥିଲା। କିନ୍ତୁ ଏବେ ଚାଷୀଙ୍କ ସୁବିଧା ପାଇଁ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଥିବା ମୋଦି କହିଛନ୍ତି।

The post ମନମୋହନ ସିଂହ ଚାହୁଁଥିଲେ, ମୁଁ କଲି: ମୋଦି appeared first on Odisha Reporter.



from Odisha Reporter https://ift.tt/3cQ6cYs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages