ମୁମ୍ବାଇ: ଅଭିନେତା ଓ ଫିଲ୍ମ ନିର୍ମାତା ରାଜୀବ କପୁରଙ୍କର ମଙ୍ଗଳବାର ହୃଦଘାତ କାରଣରୁ ପରଲୋକ ହୋଇଯାଇଛି। ଏହି ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ଏତେ ଶୀଘ୍ର ରାଜୀବ କପୁର ଦୁନିଆକୁ ଛାଡ଼ି ଚାଲିଯିବେ ବୋଲି କେହିବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଶୋ’ ମ୍ୟାନ୍ ଭାବେ ପରିଚିତ ରାଜ କପୁରଙ୍କ ସାନପୁଅ ରାଜୀବ କପୁରଙ୍କ ଫିଲ୍ମ କ୍ୟାରିୟର ସେତେଟା ଖାସ ରହିନଥିଲା। ପରିବାରର ବାକି ସଦସ୍ୟଙ୍କ ଭଳି ରାଜୀବଙ୍କ ଅଭୀନିତ ଫିଲ୍ମକୁ ସେତେଟା ସଫଳତା ମିଳିନଥିଲା। କିନ୍ତୁ ପିତାଙ୍କ ଦ୍ୱାରା ନିର୍ମିତ ଆରକେ ଷ୍ଟୁଡିଓ ପ୍ରତି ତାଙ୍କର ଖୁବ୍ ଦୁର୍ବଳତା ରହିଥିଲା। ଏହି କାରଣରୁ ଦିନେ ଆରକେ ଷ୍ଟୁଡିଓରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ୯୪ ବର୍ଷୀୟ ବିଶ୍ୱ ମେହରା ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ।
ହାତରେ ବାଡ଼ି ଓ ଛଳଛଳ ଆଖି ସହ ବିଶ୍ୱ ମେହରା ଯେତେବେଳେ ରାଜୀବଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚିଲେ, ତାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ରାଜୀବଙ୍କୁ ଶେଷ ଦର୍ଶନ କରିବାକୁ ଯିବା ସମୟର ତାଙ୍କର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଯାହାକୁ ସେଲିବ୍ରିଟୀ ଫଟୋଗ୍ରାଫର ବିରଲ ଭୟାନୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର୍ କରିଛନ୍ତି।
View this post on Instagram
ବିଶ୍ୱ ମେହରା କପୁର ପରିବାରର ତିନି ପିଢ଼ିର ମୁକସାକ୍ଷୀ ରହିଛନ୍ତି ଏବଂ ସେ ନିଜ ଆଖି ଆଗରେ ହିଁ ସବୁକିଛି ଦେଖିଛନ୍ତି। ଏବେ ସେ ମଧ୍ୟ ରାଜୀବ କପୁରଙ୍କ ଦେହାନ୍ତରେ ମର୍ମାହତ ହୋଇଛନ୍ତି। ଅନେକ ଲୋକଙ୍କୁ ଜଣାନାହିଁ ବିଶ୍ୱ ମେହରା ‘ଆୱାରା’, ‘ଜବ୍ ଜବ୍ ଫୁଲ୍ ଖିଲେ’ ଏବଂ ‘ପ୍ରେମ ଗ୍ରନ୍ଥ’ ଭଳି ଫିଲ୍ମରେ କାମ କରିଛନ୍ତି। ସେ ରାଜ କପୁର, ଶମ୍ମି କପର ଓ ଶଶୀ କପୁରଙ୍କ ମାମୁଁ ଥିଲେ।
ସୂଚନାଯୋଗ୍ୟ, ୨୦୧୭ରେ ଆରକେ ଷ୍ଟୁଡିଓରେ ଭୀଷଣ ନିଆଁ ଲାଗିଥିଲା ଏବଂ ଏଥିରେ କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା। ବଡ଼ ସଂଖ୍ୟାରେ ଉପକରଣ, କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହେବା ପରେ ଏହାର ବ୍ୟବହାର ବନ୍ଦ ହୋଇଯାଇଥିଲା। ଏହା ପରେ ମେ ୨୦୧୯ରେ ଗୋଦରେଜ୍ ୟୁନିଟ୍ ୨.୨ ଏକରରେ ନିର୍ମିତ ଆରକେ ଷ୍ଟୁଡିଓକୁ କିଣିବାକୁ ଘୋଷଣା କରିଥିଲା। ଚେମ୍ବୁର ସ୍ଥିତ ଏହି ଷ୍ଟୁଡିଓ ୭ ଦଶକ ଧରି କପୁର ପରିବାରର ପରିଚୟ ଥିଲା, କିନ୍ତୁ ଏବେ ଗୋଦରେଜ୍ ୟୁନିଟ୍ ଏହାକୁ ମିକ୍ସଡ୍ ୟୁଜ୍ ପ୍ରୋଜେକ୍ଟ ଭାବେ ସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି।
The post ହାତରେ ବାଡ଼ି ଧରି ରାଜୀବ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ୯୪ ବର୍ଷୀୟ ବୃଦ୍ଧ appeared first on Odisha Reporter.
from Odisha Reporter https://ift.tt/3p7JP36
No comments:
Post a Comment