ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା । ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଛାତ୍ରଛାତ୍ରୀ ଯେପରି ନିୟମ ପାଳନ କରିବେ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଫୁଲ୍ ଦମ୍ରେ ଆରମ୍ଭ ହୋଇଛି ପ୍ରୟାସ। ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଗତ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ ଦୁଇ ଘଣ୍ଟାରେ ନବମ ଓ ଏକାଦଶ ଶ୍ରେଣୀର ୩ଟି ଲେଖାଏ ପିରିୟଡ୍ ହେଉଛି। ଏହାପରେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପାଠପଢ଼ା । ଏପ୍ରିଲ ୩୦ ଯାଏଁ ଏହି ଉଭୟ ଶ୍ରେଣୀ ପିଲାଙ୍କୁ କ୍ଲାସ୍ରୁମ୍ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯାଉଛି ।
ଏଯାବତ ଅଙ୍ଗନବାଡିଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଖୋଲି ସାରିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲି ନାହିଁ। ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯାଇ ପିଲା ସ୍କୁଲ ଯିବା ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
The post ଆରମ୍ଭ ହେଲା ଯୁକ୍ତ ତିନି ଦ୍ୱିତୀୟ ବର୍ଷ, ପିଜି ପ୍ରଥମ ବର୍ଷ ପାଠପଢ଼ା appeared first on Odisha Reporter.
from Odisha Reporter https://ift.tt/3rQTXzl
No comments:
Post a Comment