ଦେଶରେ ଚିହ୍ନଟ ହେଲେ ୧୪,୧୯୯ କରୋନା ସଂକ୍ରମିତ, କେବଳ ମହାରାଷ୍ଟ୍ରରୁ ଅଧେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଦେଶରେ ଚିହ୍ନଟ ହେଲେ ୧୪,୧୯୯ କରୋନା ସଂକ୍ରମିତ, କେବଳ ମହାରାଷ୍ଟ୍ରରୁ ଅଧେ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଅତିକ୍ରମ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୁଣିଥରେ ଭାରତରେ ୧୪,୧୯୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ପ୍ରାଣଘାତୀ ଭାଇରସ ଆଉ ୮୩ ଜଣଙ୍କ ମୁଣ୍ଡ ନେଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧,୧୦,୦୫,୮୫୦ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୦୬,୯୯,୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୦,୦୫୫ ଆକ୍ଟିଭ କେସ୍‌ ରହିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୩୮୫ରେ ପହଞ୍ଚି ଯାଇଛି।

ଦେଶରେ ଚିହ୍ନଟ ହୋଇଥିବା ୧୪,୧୯୯ ଜଣଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଅଧେ ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬,୯୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନୂଆ ରୋଗୀଙ୍କ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୦୦,୮୮୪ରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ କରୋନା ୩୫ ଜଣଙ୍କ ମୁଣ୍ଡ ନେବାରୁ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୭୮୮ ଛୁଇଁଛି। ଆଇସିଏମଆର କହିଛି ଯେ ଗତକାଲି ସମଗ୍ର ଦେଶରେ ୬,୨୦,୨୧୬ଟି ନୁମନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୧୪,୧୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ଏକାଧିକ ସହରରେ ଲକଡାଉନ ଲାଗୁ କରିଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ କରୋନା ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

The post ଦେଶରେ ଚିହ୍ନଟ ହେଲେ ୧୪,୧୯୯ କରୋନା ସଂକ୍ରମିତ, କେବଳ ମହାରାଷ୍ଟ୍ରରୁ ଅଧେ appeared first on Odisha Reporter.



from Odisha Reporter https://ift.tt/3qIpcwd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages