ଦଶମ ପରୀକ୍ଷା ଦେବେ ଜୁନିଅର ବଚ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଦଶମ ପରୀକ୍ଷା ଦେବେ ଜୁନିଅର ବଚ୍ଚନ

ମୁମ୍ବାଇ: ଦଶମ ପରୀକ୍ଷା ଦେବେ ଜୁନିଅର ବଚ୍ଚନ ଅଭିଷେକ। କିଏ ସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ସେ କିନ୍ତୁ ସ୍ୱତନ୍ତ୍ର ଭାବେ ଆଗ୍ରା ଜେଲରେ ମାଟ୍ରିକ ପରୀକ୍ଷା ଦେବେ। ଆସନ୍ତା ୨୩ ତାରିଖରେ ତାଙ୍କର ଏହି ପରୀକ୍ଷା ହେବ। ତେବେ ପ୍ରକୃତ ଜୀବନରେ ନୁହେଁ। ଜେଲ ଭିତରେ ଲାଇଟ, କ୍ୟାମରା, ଆକ୍ସନ ଭିତରେ ଅପକମିଂ ଫିଲ୍ମ ‘ଦଶବୀ’ରେ ଅଭିଷେକଙ୍କୁ କିଛି ଏଭଳି କରୁଥିବା ଦେଖିବାକୁ ମିଳିବ। ଆଗ୍ରା ସେଣ୍ଟ୍ରାଲ ଜେଲରେ ଫିଲ୍ମ ଶୁଟିଂ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ଆସନ୍ତା ୨୩ ତାରିଖରେ ଫିଲ୍ମର ଶୁଟିଂ ଆରମ୍ଭ ହେବ।

ଫିଲ୍ମର ପ୍ରଡକ୍ସନ ଟିମ୍ ଜେଲ୍ ପରିସରରେ ଶୁଟିଂ ପାଇଁ ଜେଲ ପ୍ରଶାସନ ଓ ଜିଲ୍ଲା କର୍ତ୍ତୁପକ୍ଷ ଠାରୁ ଅନୁମତି ନେଇସାରିଛି। ସେପଟେ ଫିଲ୍ମର ଶୁଟିଂ ପାଇଁ ଆଗ୍ରରେ ଅଭିଷେକ ବଚ୍ଚନ ପହଞ୍ଚିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଜେଲ ପ୍ରଶାସନ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଛି। ଫିଲ୍ମର ଶୁଟିଂ ପାଇଁ ଜେଲକୁ ଆସୁଥିବା ୧୦୦ ଜଣିଆ ଟିମଙ୍କ ପାଇଁ ପରିଚୟ ପତ୍ର ଏବଂ ବାୟୋମେଟ୍ରିକ ସୁବିଧା ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ ଜେଲର ସର୍କଲ ନମ୍ବର ୪ରେ ଫିଲ୍ମର ଶୁଟିଂ ହେବ। ଏହି ସ୍ଥାନରୁ ଫିଲ୍ମ କ୍ରୁ ମେମ୍ବରମାନ ଅନ୍ୟ କେଉଁ ଆଡେ ଯାଇପାରିବେ ନାହିଁ। ଏପରିକି ଫିଲ୍ମ ଶୁଟିଂ ଦେଖିବା ପାଇଁ କଏଦୀଙ୍କୁ ମଧ୍ୟ ବାରଣ କରାଯାଇଛି।

‘ଦଶବୀ’ ଫିଲ୍ମର ଲିଡ୍ ରୋଲରେ ଅଭିଷେକ ବଚ୍ଚନ ଥିବା ବେଳେ ତାଙ୍କ ଅପୋଜିଟରେ ୟାମୀ ଗୌତମ ଅଛନ୍ତି।  ଜେଣ ବନ୍ଦୀ ନେତା କିଭଳି ଅନୁସାଶିତ ନାଗରିକ ପାଲଟୁଛନ୍ତି ତା’ ଉପରେ ଫିଲ୍ମଟି ଆଧାରିତ। କମ ପାଠ ପଢ଼ିଥିବା ନେତାଙ୍କୁ ଜେଲ ଦଣ୍ଡାଦେଶ ମିଳୁଛି। ଜେଲରେ ନେତାମାଙ୍କୁ ଅନୁଶାସନର ପାଠ ପଢ଼ାଯାଉଛି । ଏହାପରେ ସେ ନିଜ ଦମରେ ଜେଲ ଭିତରେ ଦଶମ ପରୀକ୍ଷା ଦେଇ ପାସ୍ ମଧ୍ୟ ହେଉଛନ୍ତି। ଏଭଳି କିଛି କଥାବସ୍ତୁକୁ ନେଇ ଫିଲ୍ମଟି ଗତିଶୀଳ।

The post ଦଶମ ପରୀକ୍ଷା ଦେବେ ଜୁନିଅର ବଚ୍ଚନ appeared first on Odisha Reporter.



from Odisha Reporter https://ift.tt/3utsHJl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages