ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ଶାସନ କରିଆସୁଛନ୍ତି। ସେ ଓଡ଼ିଶାବାସୀଙ୍କର ଅତି ପ୍ରିୟ ନେତା। ତେବେ ରାଜନୀତିରେ ସକ୍ରିୟ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଏକଦା ଫିଲ୍ମ ଜଗତରେ ମଧ୍ୟ ରୁଚି ରଖଇଥିଲେ। ଏପରିକି ସେ ହଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ହକି ଖେଳରେ ରୁଚି ଥିବା କଥା ସେ ନିଜେ କହିଥିଲେ। ଏବେ କିନ୍ତୁ ତାଙ୍କର ଫିଲ୍ମରେ ମଧ୍ୟ ରୁଚି ରହିଥିବା କଥା ସାମ୍ନାକୁ ଆସିଛି।
୧୯୮୮ ମସିହାରେ ରିଲିଜ ହୋଇଥିଲା ହଲିଉଡ ଫିଲ୍ମ ‘The Deceivers’ ବା ପ୍ରତାରକ। ୩୦ ବର୍ଷ ତଳର ଏହି ଫିଲ୍ମକୁ ନେଇ ଏବେ ଓଡ଼ିଶାରେ ବେଶ ଚର୍ଚ୍ଚା। କାରଣ ଏଥିରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ନବୀନ । ମର୍ଚାଂଟ୍ ଆଇଭରୀଙ୍କ ନିର୍ମିତ ଚଳଚିତ୍ର ‘ଦି-ଡିସିଭର୍ସ’ରେ ଅଭିନୟ କରିଥିଲେ ନବୀନ ପଟ୍ଟନାୟକ। ଏନେଇ ଓଡ଼ିଶାର ଜଣାଶୁଣା ଆଇଟି ଏକ୍ସପର୍ଟ ପ୍ରଶାନ୍ତ ସାହୁ ଟୁଇଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର କିଛି ଫଟୋ ପୋଷ୍ଟ କରିବା ସହ ଉକ୍ତ ଫିଲ୍ମର ନାଁ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଏହି ହଲିଉଡ ଫିଲ୍ମରେ ଓଡ଼ିଆ ଅଭିନେତ୍ରୀ ଡଲି ଜେନା ମଧ୍ୟ ଅଭିନୟ କରିଥିବା ସେ କହିଛନ୍ତି। ପ୍ରଶାନ୍ତଙ୍କ ଏହି ଟୁଇଟର ପୋଷ୍ଟ ପରେ ଚାରିଆଡୁ ପ୍ରତିକ୍ରିୟା ମିଳିଥିବା ଦେଖିବାକୁ ମିଳିଛି। ଅନେକ ଲୋକେ ତାଙ୍କର ଏହି ଟୁଇଟର ପୋଷ୍ଟରେ କମେଣ୍ଟ କରିଛନ୍ତି।
ପୂର୍ବରୁ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜିଙ୍କ ଲିଖିତ ପୁସ୍ତକରେ ନବୀନ ପଟ୍ଟନାୟକଙ୍କ ଫିଲ୍ମ ପ୍ରତି ରହିଥିବା ରୁଚି ବିଷୟରେ ମଧ୍ୟ ଉଲ୍ଲେଖ ହୋଇସାରିଛି।
Trivia : In this #HollyWood Movie of 1988 , Our CM #NaveenPatnaik and another Odia Actress #DollyJena had done a small role . Can You name the Movie ?
ଏହି ହଳିହୁଡ଼ ଚଳଚିତ୍ର ରେ ଆମ ମୁଖ୍ୟମନ୍ତ୍ରୀ ଗୋଟେ ଛୋଟ ଭୂମିକାରେ ଦେଖା ଦେଇଥିଲେ . କଣ ସେ ଫିଲ୍ମ ନାମ ? pic.twitter.com/QcreTSHsMf
— Prashant Sahu (@suryanandannet) February 15, 2021
ସୂଚନାଯୋଗ୍ୟ ଯେ, ୧୯୮୮ରେ ରିଲିଜ ହୋଇଥିବା ଏହି ହଲିଉଡ ଫିଲ୍ମଟି ପ୍ରତାରକଙ୍କ ଉପରେ ଆଧାରିତ। ନିର୍ଦ୍ଦେଶକ ନିକୋଲସ ମେୟରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ଡେଭିଡ ରୋବ୍, ହେଲେନା ମାଇକେଲ, କେଥି ମାଇକେଲ, ପାୟର୍ସ ବ୍ରୋସନାନ, ବଲିଉଡ ଅଭିନେତା ଶଶି କପୁର, ସୟିଦ ଜାଫରୀ ପ୍ରମୁଖ ଅଭିନୟ କରିଛନ୍ତି। ୧୯୫୨ରେ ଜନ ମାଷ୍ଟର୍ସଙ୍କ ଦ୍ୱାରା ଲିଖିତ ‘The Deceivers’ ନାମକ ଏକ ବହି ଉପରେ ଏହି ଫିଲ୍ମଟି ଆଧାରିତ।
The post ହଲିଉଡ ଫିଲ୍ମରେ ଅଭିନୟ କରିଥିଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3rZILjT
No comments:
Post a Comment