ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ, ବରଯାତ୍ରୀଙ୍କୁ ଅଟକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ, ବରଯାତ୍ରୀଙ୍କୁ ଅଟକାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଯଦିଓ ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ, ତଥାପି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା। ଏମିତି କି ଭଙ୍ଗାରୁଜା ମଧ୍ୟ ହୋଇଛି।

ବନ୍ଦ ପାଳନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଦଳୀୟ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ଧଶେଇ ପଶିବା ସହିତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। ଏହା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନକାରୀମାନେ ହାତରେ କଂଗ୍ରେସ ପତାକା ଧରି କାରରେ ଯାଉଥିବା ଜଣେ ଯାତ୍ରୀଙ୍କୁ ଜୋର ଜବରଦସ୍ତି ଅଟକାଇଥିଲେ। ଉକ୍ତ ଯାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ଗାଡ଼ି ଗୋଇଠା ମାରିଥିଲେ ଓ କାଚ ଭାଙ୍ଗି ଦେଇଥିଲେ। ସେହିପରି ସକାଳେ ବାଣୀବିହାର ନିକଟରେ ଜଣେ ଡାକ୍ତରଙ୍କୁ ଅଟକାଇ ଦେଇଥିଲେ। ଅବଶ୍ୟ ପରେ ତାଙ୍କୁ ଯିବାକୁ ଦେଇଥିଲେ।

ସୋନପୁର ବିନିକାରେ ମଧ୍ୟ ଦେଖିବାକୁ ମିଳିଛି ଏମିତି କିଛି ଚିତ୍ର। ଆନ୍ଦୋଳନକାରୀମାନେ ଏକ ବରଯାତ୍ରୀ ଗାଡ଼ିକୁ ଅଟକାଇ ଦେଇଥିଲେ। ଆନ୍ଦୋଳନକାରୀମାନେ ବରକନ୍ୟା ବସିଥିବା କାର୍‌କୁ ଛାଡ଼ି ଦେଇଥିଲେ। କିନ୍ତୁ ବରଯାତ୍ରୀ ବସ୍‌, ଡିଜେ ବସ୍‌ ଓ ବିବାହ ସାମଗ୍ରୀ ବଝେଇ ହୋଇଥିବା ଗାଡ଼ିକୁ ଅଟକାଇ ଦେଇଥିଲେ। ସେମାନେ ରାଉରକେଲାରୁ ବାହାଘର ସାରି ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଫେରୁଥିବା ବେଳେ ଆନ୍ଦୋଳନକାରୀ ସେମାନଙ୍କୁ ଅଟକାଇ ଦେଇଥିଲେ।

ଫୁଲ ଲାଗିଥିବା ବାହାଘର ଗାଡ଼ିକୁ ନ ଅଟକାଇବାକୁ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ବି ଆଜି ରାଜଗାଙ୍ଗପୁରରେ ବାହା ହୋଇ ଫେରୁଥିବା ଜଣେ ଯୁବକଙ୍କୁ ଆନ୍ଦୋଳନକାରୀ ଅଟକାଇ ଦେଇଥିଲେ। ସେ ବ୍ରହ୍ମପୁରରେ ବିବାହ କରି ରାଉରକେଲା ଫେରୁଥିଲେ।

ସମ୍ବଲପୁରରେ ମଧ୍ୟ କଂଗ୍ରେସ କର୍ମୀମାନେ ଆଜି ବନ୍ଦ ପାଳନ କରିଛନ୍ତି। ସେଠାରେ ଆନ୍ଦୋଳନକାରୀମାନେ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟ ବିଚାରପତିଙ୍କୁ ହାତଯୋଡ଼ି ଫେରାଇ ଦେଇଥିଲେ।

The post ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ, ବରଯାତ୍ରୀଙ୍କୁ ଅଟକାଇଲେ appeared first on Odisha Reporter.



from Odisha Reporter https://ift.tt/3b4Ut5L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages