ମୁମ୍ବାଇ: ପ୍ରଭାସ ଓ ସୈଫ୍ ଅଲୀ ଖାନଙ୍କ ବହୁ ପ୍ରତୀକ୍ଷିତ ଭବ୍ୟ ଫିଲ୍ମ ‘ଆଦିପୁରୁଷ’ ଶୁଟିଂ ସେଟରେ ନିଆଁ ଲାଗିଯାଇଛି। ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏହି ଫିଲ୍ମର ଶୁଟିଂ ମହୁରତ ମଙ୍ଗଳବାର ମୁମ୍ବାଇରେ ହୋଇଥିଲା। କିନ୍ତୁ ପ୍ରଥମ ଦିନରେ ହିଁ ସେଟରେ ନିଆଁ ଲାଗିବାରୁ ଶୁଟିଂ ବାଧାପ୍ରାପ୍ତ ହୋଇଛି। ‘ଆଦିପୁରୁଷ’ ଶୁଟିଂ ସେଟରେ ନିଆଁ ଲାଗିବାର କିଛି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାରିକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ଘଟିଥିଲା। ମୁମ୍ବାଇର ଗୋରେଗାଁ ପଶ୍ଚିମାଞ୍ଚଳରେ ଥିବା ଗର୍ଗ ଷ୍ଟୁଡିଓରେ ଏହି ନିଆଁ ଲାଗିଛି। ଫିଲ୍ମର ଅଧିକାଂଶ ଭାଗ କ୍ରୋମାରେ ଶୁଟିଂ କରାଯିବ।
View this post on Instagram
ସୂଚନାଯୋଗ୍ୟ, ‘ଆଦିପୁରୁଷ’ ହେଉଛି ଏକ ବିଗ୍ ବଜେଟ୍ ଫିଲ୍ମ। ରାମାୟଣ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମରେ ବାହୁବଲୀ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ସୈଫ୍ ଅଲୀ ଖାନ୍ ରାବଣ ଭୂମିକା ତୁଲାଇବେ। ଫିଲ୍ମରେ କୃତି ସାନନ୍ ସୀତା ଭୂମିକା ତୁଲାଇବେ ବୋଲି ସୂଚନା ମିଳିଛି। ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ସେହିପରି ସାଉଥ୍ ଷ୍ଟାର୍ କୀର୍ତ୍ତି ସୁରେଶଙ୍କ ନାଁ ମଧ୍ୟ ଏହି ଦୌଡ଼ରେ ରହିଛି।
The post ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁଟିଂ ସେଟ୍ରେ ଲାଗିଲା ନିଆଁ appeared first on Odisha Reporter.
from Odisha Reporter https://ift.tt/3oITRHO
No comments:
Post a Comment