କଟକ(ଓଡ଼ିଶା ରିପୋର୍ଟର): ଆବେଦନକାରୀ କରିପାରିବେନି ମାମଲାର ତଦନ୍ତ। ଏପରି ଯୁକ୍ତି ଦର୍ଶାଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ହାଇକୋର୍ଟ। ଫଳରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।
ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଆବେଦନକାରୀ ଭିଜିଲାନ୍ସର ଜଣେ ଡିଏସ୍ପି ହୋଇଥିବାରୁ ଏହାକୁ ତଦନ୍ତ କରିପାରିବନି ଭିଜିଲାନ୍ସ। ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଆଜି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ଲୋକାୟୁକ୍ତଙ୍କ ଆଦେଶ ଆଜି ହାଇକୋର୍ଟରେ କାଟ ଖାଇଲା।
ଏନେଇ ପ୍ରଦୀପଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଲୋକାୟୁକ୍ତ ଡିସେମ୍ବର ୧୧ରେ ଦେଇଥିବା ନିର୍ଦ୍ଦେଶରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ କରିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପ୍ରଦୀପଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିବା ଲୋକାୟୁକ୍ତ କହିଥିବା ବେଳେ ହାଇକୋର୍ଟ ଏହାକୁ ନାପସନ୍ଦ କରିବା ସହ ରଦ୍ଦ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଆବେଦନ କରିଥିବା ପୂର୍ବରୁ ଆଲୋଚନା ହେଉଥିଲା। ତାହା କିନ୍ତୁ ସମ୍ପୂର୍ଣ୍ଣ ମିଛ। ଏହି ମକଦ୍ଦମାରେ ପ୍ରକୃତରେ ଭିଜିଲାନ୍ସର ଜଣେ ଡିଏସ୍ପି ଆବେଦନ କରିଥିଲେ। ତେଣୁ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇ ଲୋକାୟୁକ୍ତ ସମ୍ପୂର୍ଣ୍ଣ ବେଆଇନ କାମ କରିଛନ୍ତି ବୋଲି ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଏଥିସହ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେବା ଆଇନର ପରିପନ୍ଥୀ। ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ କହି ଏହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ତେଣୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରାଯାଇଛି।
The post ସଫା ସଫା ଶୁଣାଇ ଦେଲେ ହାଇକୋର୍ଟ; ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3cFD6Lh
No comments:
Post a Comment