ତିରୁପତି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୧୪ ଜଣଙ୍କ ଜୀବନ। ଆଉ ୪ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଦୁର୍ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ମଦରପୂରମ ଗାଁ ନିକଟରେ।
ଏହି ଗାଁ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଏକ ମିନି ଭ୍ୟାନ୍ ଏକ ଟ୍ରକ୍ରେ ପିଟି ହୋଇଥିଲା। ରବିବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା। କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଭ୍ୟାନ୍ଟି ଦ୍ରୁତ ଗତିରେ ଯାଉଥିଲା ଓ ଭାରସାମ୍ୟ ହରାଇ ଟ୍ରକ୍ରେ ପିଟି ହୋଇ ଓଲଟି ପଡ଼ିଥିଲା।
ଏହି ମିନି ଭ୍ୟାନ୍ଟି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାର ମଦନପାଲ୍ଲେ ଅଞ୍ଚଳରୁ ରାଜସ୍ଥାନର ଅଜମେରକୁ ଯାଉଥିଲେ। ଏଥିରେ କିଛି ଲୋକ ବୁଲାବୁଲି କରିବାକୁ ସେଠାକୁ ଯାଉଥିଲେ ବୋଲି ଜଣାପଡ଼ିଛି।
୧୪ ମୃତକଙ୍କ ମଧ୍ୟରେ ୮ ଜଣ ମହିଳା, ୫ ଜଣ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି। ଏ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଥିବା ଅନ୍ୟ ୪ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନରେ ଏକ ଟୁରିଷ୍ଟ୍ ବସ୍ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ବିଶାଖାପଟନମ୍ ଘାଟ ରୋଡ୍ରେ ଏହି ଦୁର୍ଘଟଣା ଘଟିଥିଲା।
The post ଟ୍ରକ୍ରେ ପିଟି ହେଲା ମିନି ଭ୍ୟାନ୍: ଚାଲିଗଲା ୧୪ ଜୀବନ, ୪ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3b1BfOx
No comments:
Post a Comment