ପ୍ରଥମ ପ୍ରେମିକାଠୁ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପିନ୍ଧାଇଲେ, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ପ୍ରଥମ ପ୍ରେମିକାଠୁ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପିନ୍ଧାଇଲେ, ତା’ପରେ…

ନୂଆଦିଲ୍ଲୀ: ପ୍ରେମ ଅନ୍ଧ ହୋଇଥାଏ। ମାନେନି ବାଡ କି ବନ୍ଧ। ଏପରିକି ନିଜ ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ସବୁ ସୀମା ଟପି ଯା’ନ୍ତି ସେମାନେ। କେବଳ ସେତିକି ନୁହେଁ ଚୋରି କରିବାକୁ ବି ପଛାନ୍ତି ନାହିଁ। କିନ୍ତୁ ପ୍ରେମିକମାନେ ଜଣେ ପ୍ରେମିକାକୁ ଖୁସି କରିବାକୁ ଯାଇ ଅନ୍ୟ ପ୍ରେମିକାକୁ ଧୋକା ବି ଦେଇପାରନ୍ତି। ଏପରିକି ନିର୍ବନ୍ଧ ମୁଦି ଚୋରି କରି ଅନ୍ୟ ଜଣେ ପ୍ରେମିକାକୁ ପ୍ରପୋଜ ମଧ୍ୟ କରିପାରନ୍ତି ପ୍ରେମିକ। ଠିକ୍‌ ଏଭଳି ଏକ ଘଟଣା ଘଟିଛି ଆମେରିକାର ଫ୍ଲୋରିଡାରେ।

ସେଠାକାର ଜଣେ ଯୁବକ ନିଜ ପ୍ରଥମ ପ୍ରେମିକାର ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କରିଛନ୍ତି। ଏହି ଘଟଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ପ୍ରଥମ ପ୍ରେମିକା ଜଣକ ଯୁବକର ଫେସ୍‌ବୁକ ପୋଷ୍ଟ ଦେଖିଥିଲେ। ପୂର୍ବରୁ ପ୍ରଥମ ପ୍ରେମିକା ଜଣକ ଯୁବକଙ୍କୁ ସନ୍ଦେହ କରୁଥିଲେ। ତେବେ ଘଟଣା ସାମ୍ନାକୁ ଆସିବା ପରେ ଯୁବକଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ପ୍ରେମିକା ।ଏଥିସହ ତାଙ୍କ ନାଁରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି।

ମହିଳା ଜଣକ କହିଛନ୍ତି ଯେ, ଫେସ୍‌ବୁକ ପୋଷ୍ଟ ଦେଖିବା ପରେ ତାଙ୍କୁ ସନ୍ଦେହ ହୋଇଥିଲା। ତାଙ୍କ ପ୍ରେମିକ ସହ ଠିଆ ହୋଇଥିବା ଝିଅର ମୁଦି ଏବଂ ୱେଡିଂ ବ୍ୟାଣ୍ଡ ଦେଖି ସେ ଚକିତ ହୋଇଯାଇଥିଲେ। ଏହାପରେ ସେ ଗହଣା ବାକ୍ସରେ ତାଙ୍କ ନିର୍ବନ୍ଧ ମୁଦି ଖୋଜିଥିଲେ କିନ୍ତୁ ପାଇନଥିଲେ। କେବଳ ସେତିକି ନୁହେଁ ତାଙ୍କର ଲାପଟପ୍‌ ସହ ଅନେକ ଗହଣା ମଧ୍ୟ ଗାୟବ ଥିଲା। ଏନେଇ ସେ ପୁଲିସକୁ ସୂଚନା ଦେଇଥିଲେ। ତଦନ୍ତ ପରେ ପୁଲିସ ୪୮ ବର୍ଷୀୟ ୟୁସୁଫ ଡେଭିସ(ପ୍ରେମିକ) ନାମକ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଯୁବକ ଜଣକ ମହିଳାଙ୍କର ପ୍ରାୟ ୬୨୭୦ ଡଲାରର ସମ୍ପତ୍ତି ଚୋରି କରି ନେଇଥିବା ପୁଲିସ ସୂଚନା ଦେଇଛି।

ସେପଟେ ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ଯୁବକ ଜଣକଙ୍କର ଦ୍ୱିତୀୟ ପ୍ରେମିକା ମଧ୍ୟ ତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ଏଥିସହ ତାଙ୍କ ପ୍ରେମିକ ତାଙ୍କୁ ଠକି ଥିବା ନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି।

ପୁଲିସ ଠକେଇ ଏବଂ ପ୍ରତାରଣା ଅଭିଯୋଗ ରୁଜୁ କରି ତଦନ୍ତ ଜାରି ରଖିଛି। ୟୁସୁଫଙ୍କ ନାମରେ ଗିରଫ ପରୱାନା ଜାରି ହୋଇଛି। ପୁଲିସ ସୂଚନା ମୁତାବକ,  ଓରେଗନ୍‌ରେ ଏକ ଦୁର୍ଘଟଣା ମାମଲାରେ ୟୁସୁଫ ଫେରାର ଥିଲା । ପୂର୍ବରୁ ମଧ୍ୟ ୟୁସୁଫଙ୍କୁ କୋକେନ୍ ଚୋରା ଚାଲାଣ, ନକଲି ଆଇଡି ପ୍ରୁଫ ଏବଂ ଘରୋଇ ହିଂସା ଅଭିଯୋଗରେ ଗିରଫ ହୋଇସାରିଛି।

The post ପ୍ରଥମ ପ୍ରେମିକାଠୁ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପିନ୍ଧାଇଲେ, ତା’ପରେ… appeared first on Odisha Reporter.



from Odisha Reporter https://ift.tt/2N87SSB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages