ଦୁଇ ସପ୍ତାହ ପରେ ପୁଣି ପଶ୍ଚିମବଙ୍ଗ ଯାଉଛନ୍ତି ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଦୁଇ ସପ୍ତାହ ପରେ ପୁଣି ପଶ୍ଚିମବଙ୍ଗ ଯାଉଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଥର ପାଇଁ ପୁଣି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି ଦୁଇ ନିର୍ବାଚନୀ ରାଜ୍ୟର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପୂର୍ବ ଭାରତର ବିକାଶ ପାଇଁ ୪୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି।  ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭିରୁ ଦୁର୍ଗାପୁର ପର୍ଯ୍ୟନ୍ତ ୩୪୮ କିମି ପ୍ରାକୃତିକ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହେବ। ହଳଦିଆରେ ଏଲପିଜି ଟର୍ମିଟାଲ ଓ ଫ୍ଲାଏ ଓଭରର ଲୋକାର୍ପଣ ହେବ।  ହଳଦିଆ ରିଫାଇନାରିର ମଧ୍ୟ ଶୁଭ ଦିଆଯିବ।

ପ୍ରଧାନମନ୍ତ୍ରୀ ଆସାମରେ ମଧ୍ୟ  ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ।  ଆସାମର ବିଭିନ୍ନ ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଉନ୍ନତିକରଣ ପାଇଁ ଆସାମ ମାଳା ପ୍ରକଳ୍ପର ଉଦଘାଟନ କରିବେ।  ୧୧ଶହ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।  ପ୍ରତ୍ୟେକ ମେଡିକାଲରେ ୫୦୦ଟି ବେଡ୍ ଓ ଏକ ହଜାର ଲେଖାଏଁ ଏମବିବିଏସ ସିଟ୍ ରହିବ । ଏଥିସହ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ।

ଆସାମ ଏବଂ ପଶ୍ଚିମବଙ୍ଗରେ ଯେକୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନୀ ତାରିଖ ଘୋଷଣା ହୋଇପାରେ। ଏହାରି ଭିତରେ ନିର୍ବାଚନ ପୂର୍ବରୁ ମୋଦିଙ୍କ ଦୁଇ ଦୁଇ ଥର ପଶ୍ଚିମବଙ୍ଗ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗ ହାତେଇବା ପାଇଁ ବିଜେପି ଜୋରସୋରରେ ପ୍ରୟାସ ଚଳାଇଛି।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଦିନ ପରେ ପୁଣି ଥରେ ପଶ୍ଚିମବଙ୍ଗ ଏବଂ ଆସାମ ଗସ୍ତରେ ଯାଉଛନ୍ତି। ଏହାପୂର୍ବରୁ ଜାନୁଆରୀ ୨୩ ତାରିଖରେ ମୋଦି ଆସାମ ଗସ୍ତରେ ଯାଇଥିଲା।  ସେଠାରେ ଶିବସାଗରରେ ଜରଙ୍ଗା ପଥରର ଭୂମି ପଟ୍ଟାର ଆରମ୍ଭ କରିଥିଲେ। ଏହାପରେ ମୋଦି କୋଲକାତାରେ ପହଁଚି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

The post ଦୁଇ ସପ୍ତାହ ପରେ ପୁଣି ପଶ୍ଚିମବଙ୍ଗ ଯାଉଛନ୍ତି ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3jnxy9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages