ଭିଏତନାମ୍ ସୀମାରେ ଚୀନର ମିଜାଇଲ ବେସ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଭିଏତନାମ୍ ସୀମାରେ ଚୀନର ମିଜାଇଲ ବେସ୍!

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ ହୋଇପଡିଛି କି ଚୀନ୍? ଭିଏତନାମ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି।  ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନଝି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି ହୋଇଛି।  ଏହାଠାରୁ ଅଳ୍ପ ଦୂରରେ ଏକ ହେଲିକପ୍ଟର ବେସ୍ ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି।  ସାଟେଲାଇଟ ଫଟୋରେ ରାଡାର୍, ୬ଟି ଲଞ୍ଚର୍ ଏବଂ ଗୋଟିଏ ମିଲିଟାରୀ ରନୱେ ଦେଖିବାକୁ ମିଳୁଛି । ସାଟେଲାଇଟ ଫଟୋ ସାମ୍ନାକୁ ଆସିବା ପରେ, ଏସବୁର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର।

ସେପଟେ ଭାରତ ସହ ଘନିଷ୍ଠତା ବଢାଉଥିବାରୁ ଭିଏତନାମକୁ ଡରାଇବାକୁ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି।  ଭିଏତନାମ ଭାରତ ଠାରୁ ସୁପର୍ସୋନିକ ବ୍ରହ୍ମୋସ୍ ମିଜାଇଲ୍ କିଣିବା ପାଇଁ ପ୍ରସ୍ତାବ ଦେଇଛି, ଯାହାକୁ ଭାରତ ପକ୍ଷରୁ ଏଯାଏଁ ସବୁଜ ସଂକେତ ଦିଆଯାଇ ନାହିଁ । ଭାରତ ଠାରୁ ଭିଏତନାମ୍ ୧୨ଟି ହାଇସ୍ପିଡ୍ ପାଟ୍ରୋଲ୍ ସିପ୍ ମଧ୍ୟ କିଣୁଛି।  ତେଣୁ ଏସବୁ ଚୀନକୁ ଅସହ୍ୟ ହେଉଥିବା ଆଶଙ୍କା କରାଯାଉଛି।

The post ଭିଏତନାମ୍ ସୀମାରେ ଚୀନର ମିଜାଇଲ ବେସ୍! appeared first on Odisha Reporter.



from Odisha Reporter https://ift.tt/3p0SrZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages