ବାରିପଦା(ମାଣିକଲାଲ ପାଣି): ମୟୂରଭଂଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥର ବାଇଗଣ ବାଡିଆ ଛକ ନିକଟରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟଙ୍କ ମଧ୍ୟରୁ ଜଣେ କୁଳିଅଣା ଡାକ୍ତରଖାନାର ଆୟୁଷ ଡାକ୍ତର ରାମଚନ୍ଦ୍ର ହେମ୍ବ୍ରମ୍ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନି। ଏହି ସିରିଜ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇ ଏବେ ବାରିପଦା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ପରେ ବାଇଗଣ ବାଡିଆ ଛକ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଜଣେ ବାଇକ୍ ଆରୋହୀ ଧକ୍କା ଦେଇଥିଲେ। ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ ଉଭୟ ।
ରାସ୍ତାରେ ୨ ଜଣ ପଡ଼ିଥିବା ଦେଖି ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ହଠାତ୍ ବ୍ରେକ୍ ମାରିଥିଲା। ଫଳରେ ଡମ୍ପର ପଛରେ ଆସୁଥିବା ଆଉ କିଛି ବାଇକ୍, ସାଇକେଲ ବି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆୟୁଷ ଡାକ୍ତର ରାମଚନ୍ଦ୍ର ହେମ୍ବ୍ରମଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବାଇକ୍ ଆରୋହୀଙ୍କର ବାରିପଦା ମେଡିକାଲରେ ମୃତ୍ୟୁ ହୋଇଥିଲା। ହେଲେ ଏଯାଏ ତାଙ୍କ ପରିଚୟ ମିଳିପାରିନି। ଏହାବ୍ୟତୀତ ୩ ଗୁରୁତର ଏବେ ଚିକିତ୍ସାଧୀନ ଅଛନ୍ତି।
The post ବାରିପଦାରେ ସିରିଜ ଦୁର୍ଘଟଣା; ଆୟୂଷ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/2NuKwag
No comments:
Post a Comment