ନିଲମ୍ବିତ ହେଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ନିଲମ୍ବିତ ହେଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ

କଳାହାଣ୍ଡି(ରାଜ କୁମାର ସିଂଦେଓ): ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। କେନ୍ଦ୍ରୀୟ ଟିମ୍‌ ଆସି ଘଟଣାର ତଦନ୍ତ କରିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି।

ସବୁ ହାତୀ ମୃତ୍ୟୁର କାରଣ ହାମରେଜିକ୍ ସେପଟିସେମିଆ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ଟିମ୍ । ତେବେ ଅଭୟାରଣ୍ୟ ଭିତରେ ଏହି ରୋଗ କିପରି ହାତୀକୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରାଯିବ ବୋଲି ବିଶେଷଜ୍ଞ କହିଛନ୍ତି। ଗର୍ଭବତୀ ଥିବା ଗୋଟିଏ ହାତୀକୁ ପ୍ରଥମେ ସଂକ୍ରମଣ ହେବା ପରେ ଏହା ଅନ୍ୟ ଗର୍ଭିଣୀ ହାତୀଙ୍କୁ ବ୍ୟାପିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଯେହେତୁ ହାତୀମାନେ ଗର୍ଭବତୀ ଥିଲେ ସେହି ସମୟରେ ସଂକ୍ରମଣ ସହଜରେ ବ୍ୟାପିଥାଇପାରେ ବୋଲି ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି।

କର୍ତ୍ତବ୍ୟରେ ଅବହେଳା ପାଇଁ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ।  ଅପରପକ୍ଷେ ହାତୀ ମୃତ୍ୟୁର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଅଭୟାରଣ୍ୟରେ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି ।

The post ନିଲମ୍ବିତ ହେଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ appeared first on Odisha Reporter.



from Odisha Reporter https://ift.tt/2Mgbxxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages