ସ୍ତ୍ରୀ ପାଇଁ ଧାରଣାରେ ବସିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ସ୍ତ୍ରୀ ପାଇଁ ଧାରଣାରେ ବସିଲେ ସ୍ୱାମୀ

ନିଆଳି( ବିନୟ ମିଶ୍ର): ସାତ ଜନମର ସଥୀ ହେବେ ବୋଲି ହାତ ଧରିଥିଲେ । ବିବାହ ବେଦୀ ନିଆଁକୁ ସାକ୍ଷୀ ରଖି ଇହକାଳ ପରକାଳ ଦେବତା ମାନିଥିଲେ। ହେଲେ ଆଜି ସେହି ସାତ ଜନମର ସାଥୀ ସହ ନିଜ ଦୁଇ କଅଁଳ ଛୁଆଙ୍କୁ ଛାଡି ଚାଲିଗଲେ। ନିଜର ହସ ଖୁସିର ସଂସାରକୁ ତୁଚ୍ଛ କରି ପର ପୁରୁଷ ସହ ଫେରାର ହୋଇଗଲେ ପତ୍ନୀ । ଅନ୍ୟ ପୁରୁଷ ଆଗରେ ଫିକା ପଡିଲା ୫ ବର୍ଷର ସମ୍ପର୍କ। ୨୦ ଦିନ ହେଲା ଦୁଇ କୁନି ଛୁଆଙ୍କୁ କୋଳରେ ଧରି ସ୍ତ୍ରୀକୁ ବାର ଦୁଆର ଖୋଜି ବୁଲୁଛି ସ୍ୱାମୀ। ଶେଷରେ ନିରାଶ ହୋଇ ସ୍ତ୍ରୀର ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ନାଉଗାଁ ଥାନା ଏରେଡା ଗାଁରେ।

ଗ୍ରାମର ତୁଷାର ସ୍ୱାଇଁଙ୍କ ପତ୍ନୀଙ୍କୁ ନିଆଳି ଥାନା ଅଳତଳଙ୍ଗ ଗାଁର ରିଣ୍ଟୁ ପ୍ରଧାନ ୨୦ ଦିନ ତଳେ  ଅପହରଣ କରି କେଉଁ ଆଡେ ନେଇ ଯାଇଥିବା ତୁଷାର ଅଭିଯୋଗ କରିଛନ୍ତି।  ଗତ ୫ ବର୍ଷ ତଳେ ତୁଷାର ନିଜ ଗାଁରେ ଭଲପାଇ ବିବାହ କରିଥିଲେ। ତାଙ୍କର ୩ ବର୍ଷ ଓ ୧୪ ମାସର ଦୁଇଟି ଝିଅ ଅଛନ୍ତି। ତୁଷାରଙ୍କ ଗାଁରେ ଅଭିଯୁକ୍ତ ରିଂଟୁର ପିଉସି ଘର ହୋଇଥିବାରୁ ରିଂଟୁ ବେଳେ ବେଳେ ତୁଷାରଙ୍କ ଘରକୁ ଯିବା ଆସିବା କରିଥାଏ। ପଡୋଶୀ ଘର ସମ୍ପର୍କ ଦୃଷ୍ଟିରୁ ଫୋନରେ ତୁଷାରଙ୍କ ପତ୍ନୀ ସହିତ କଥା ମଧ୍ୟ ହୁଏ। ହେଲେ ଗତ ୨୦ ଦିନ ତଳେ ତୁଷାରଙ୍କ ପତ୍ନୀ ଘରୁ ସୁନା ଓ ଟଙ୍କା ନେଇ ଏହି ଯୁବକଙ୍କ ସହ କେଉଁଆଡେ ଚାଲି ଯାଇଛନ୍ତି।

ପତ୍ନୀଙ୍କୁ ବହୁ ଖୋଜାଖୋଜି କରିବା ପରେ ନପାଇବାରୁ ତୁଷାର ନିରାଶ ହୋଇ ଏବେ ରିଂଟୁ(ପତ୍ନୀଙ୍କ ପ୍ରେମିକ) ଘର ଆଗରେ ଧାରଣା ଦେଇଛନ୍ତି। ଏହା ଦେଖିବା ପରେ ରିଂଟୁର ବାପା ମା’ ମଧ୍ୟ ଘରେ ତାଲା ପକାଇ କେଉଁ ଆଡେ ପଳାଇଛନ୍ତି। ନିଜ ପତ୍ନୀକୁ ଫେରି ନପାଇବା ପର୍ଯ୍ୟନ୍ତ ଧାରଣା ଜାରୀ ରଖିବେ ବୋଲି ତୁଷାର ତାଙ୍କର ଦୁଇ କନ୍ୟାଙ୍କୁ ଧରି ସହ ଜିଦିରେ ଅଡି ବସିଛନ୍ତି।

The post ସ୍ତ୍ରୀ ପାଇଁ ଧାରଣାରେ ବସିଲେ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3seAskf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages