ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ। ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ରାତି ୨୩ଟା୫୯ ଯାଏ ଏହି କଟକଣା ଜାରି ରହିବ। ତେବେ ଏହି କଟକଣା ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଉପରେ ଲାଗୁ ହେବନାହିଁ।

ସେହିପରି ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ ବିଦେଶକୁ ଯାତ୍ରା କରିପାରିବ। କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ବିମାନ ଚାଲି ପାରିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା। ଲକଡାଉନ ବୃଦ୍ଧି ପାଇବ ସହ ଏହି କଟକଣା ଅବଧି ମଧ୍ୟ ବଢ଼ିଥିଲା। ପର୍ଯ୍ୟାକ୍ରମେ ଭାରତ ସରକାର ଘରୋଇ ବିମାନ ସେବାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା।

ଏବେ ପୁଣି ଏହି କଟକଣା ଅବଧିକୁ ୩୧ ମାର୍ଚ୍ଚ ଯାଏ ବଢ଼ା ଯାଇଛି। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। ସମସ୍ତେ କରୋନା କଟକଣାକୁ ମାନି ବିମାନ ମଧ୍ୟରେ ଯିବା ଆସିବା କରିପାରିବେ।

The post ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ appeared first on Odisha Reporter.



from Odisha Reporter https://ift.tt/3uBj1MB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages