ୱାଶିଂଟନ୍: ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ସେ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାମ କରିବେ। ବେଜୋସ୍ ଏକ ଚିଠି ଲେଖି ନିଜ କର୍ମଚାରୀଙ୍କୁ ନିଜର ଏହି ନିଷ୍ପତ୍ତି ଉପରେ ଅବଗତ କରାଇଛନ୍ତି। ଏହି ଚିଠିରେ ସେ କହିଛନ୍ତି, ସେ କମ୍ପାନୀର ସିଇଓ ପଦ ଛାଡ଼ୁଛନ୍ତି। ତାଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସେସର ମୁଖ୍ୟ ଆଣ୍ଡି ଜେସିଙ୍କୁ ସିଇଓ ଦାୟିତ୍ୱ ପ୍ରଦାନ କରାଯିବ।
ଜେଫ୍ ବେଜୋସ୍ ଚିଠିରେ ଲେଖିଛନ୍ତି, ଆଗାମୀ ଦିନରେ ମୁଁ ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସି କମ୍ପାନୀର ନୂଆ ସିଇଓ ହେବେ। ୫୭ ବର୍ଷୀୟ ବେଜୋସ୍ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ପ୍ରତିଷ୍ଠା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସେ ଅନଲାଇନ୍ ରିଟେଲ୍ ଭାବେ ସାରା ଦୁନିଆରେ ପରିଚିତ କରାଇଥିଲେ। ଏହି ୨୭ ବର୍ଷର ଯାତ୍ରାକୁ ନେଇ ବେଜୋସ୍ କହିଛନ୍ତି, ଆମାଜନ କେବଳ ଏକ ବିଚାର ଥିଲା ଏବଂ ଏହାର କୌଣସି ନାମକରଣ ନଥିଲା। ଆଜି ଆମେ ୧.୩ ମିଲିୟନ ପ୍ରତିଭାଶାଳୀ, ସମର୍ପିତ ଲୋକଙ୍କୁ ରୋଜଗାର ଦେଉଛୁ।
ବେଜୋସଙ୍କ ସ୍ଥାନ ନେବାକୁ ଥିବା ଆଣ୍ଡି ଜେସି ଗତବର୍ଷ ସେପ୍ଟେମ୍ବର ମାସରେ ହାୱାର୍ଡ ବିଜନେସ୍ ସ୍କୁଲର ଏକ ପୋଡକାଷ୍ଟରେ କହିଥିଲେ, ୧୯୯୭ ମସିହା ମେ’ ମାସର ପ୍ରଥମ ଶୁକ୍ରବାର ମୁଁ HSBCର ଫାଇନାଲ୍ ପରୀକ୍ଷା ଦେଇଥିଲି। ଏହା ପରେ ପରବର୍ତ୍ତୀ ସୋମବାର ମୁଁ ଆମାଜନରେ କାମ କରିବା ଆରମ୍ଭ କରିଦେଇଥିଲି। ସେତେବେଳେ ମୁଁ ଜାଣିନଥିଲି ଯେ ମୋତେ କ’ଣ କାମ କରିବାକୁ ହେବ ଏବଂ ମୋର ପଦବୀ କ’ଣ ହେବ। ଜେସିଙ୍କ ବିବାହ ଏଲାନା ରୋଚେଲ୍ କାପଲାନଙ୍କ ସହ ହୋଇଥିଲା। ଜେସିଙ୍କର କ୍ରୀଡ଼ା ଓ ସଂଗୀତ ପ୍ରତି ବହୁତ ରୁଚି ରହିଛି।
The post ଆମାଜନ୍ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ appeared first on Odisha Reporter.
from Odisha Reporter https://ift.tt/39N2xJf
No comments:
Post a Comment