ATM କାଟି ଲୁଟି ନେଲେ ୪୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ATM କାଟି ଲୁଟି ନେଲେ ୪୨ ଲକ୍ଷ

କେନ୍ଦ୍ରାପଡା(ବନମାଳି ସାହୁ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଲୁଟିନେଲେ ଲକ୍ଷାଧିକ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ  କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି ପତ୍ରପୁରରେ ATMରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଓ  ନିଆଳହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟେରା ମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରି ଟଙ୍କା ଲୁଟ୍ କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡି ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ମଙ୍ଗଳବାର ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି।

The post ATM କାଟି ଲୁଟି ନେଲେ ୪୨ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/2LhdTvu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages