ଦୁଇ ଦିନର ବ୍ରେକ୍ ପରେ ପୁଣି ବଢ଼ିଲା ତେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ଦୁଇ ଦିନର ବ୍ରେକ୍ ପରେ ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଦୁଇ ଦିନର ବ୍ରେକ ପରେ ଆଜି ପୁଣି ହାଇସ୍ପୀଡ୍‌ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି।

ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ ସାଧାରଣ ପେଟ୍ରୋଲ ମଧ୍ୟ ସେଞ୍ଚୁରୀ ମାରିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରେଦଶର ଅନୁପପୁର ଭଳି ସ୍ଥାନରେ ସାଧାରଣ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି।

ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି।

ମାୟା ନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୩୪ ପଇସା ଥିବା ବେଳେ ଡିଜେଲ ୮୮ ଟଙ୍କା ୪୪ ପଇସାରେ ପହଞ୍ଚିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୧ ଟଙ୍କା ୧୨ ପଇସା ଓ ଡିଜେଲ ୮୪ ଟଙ୍କା ୧୯ ପଇସା ରହିଛି ।

ଚେନ୍ନାଇରେ ପେଟ୍ରୋଲ ୯୨ ଟଙ୍କା ୯୦ ପଇସା ଏବଂ ଡିଜେଲ ୮୬ ଟଙ୍କା ୩୧ ପଇସା ରହିଛି। ଭୋପାଳରେ ପେଟ୍ରୋଲ ୯୮ ଟଙ୍କା ୯୬ ପଇସା ଏବଂ ଡିଜେଲ ୮୯ ଟଙ୍କା ୬୦ ପଇସାରେ ପହଞ୍ଚିଛି।

ପେଟ୍ରୋଲ ଏବଂ ଡିଜେଲର ଦାମରେ ଲଗାତର ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ତୈଳଦର ହ୍ରାସ କରିବା ପାଇଁ ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିବା ଟିକସକୁ ହ୍ରାସ କରିଛନ୍ତି। ଫଳରେ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ୧ ଟଙ୍କା ଲେଖାଏ ହ୍ରାସ କରିଛନ୍ତି। ଏହା ପୂର୍ବରୁ ଦେଶର ପ୍ରଥମ ରାଜ୍ୟଭାବେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ତୈଳଦର ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୩୮%ରୁ ୩୬% କରିଥିଲେ।

ଆସାମ ମଧ୍ୟ କିଛି ଦିନ ତଳେ ତୈଳଦର ଉପରେ ଲାଗୁ କରିଥିବା ଅତିରିକ୍ତ ୮ଟଙ୍କାର ଟ୍ୟାକ୍ସ ପ୍ରତ୍ୟାହାର କରିଥିଲା। ଗତବର୍ଷ କରୋନା ମହାମାରୀ ଯୋଗୁ ଆସାମ ସରକାର ତୈଳଦର ଉପରେ ଏହି ଅତିରକ୍ତ ୫ ଟଙ୍କାର ଟିକସ ଲାଗୁ କରିଥିଲେ।

ମେଘାଳୟ ସରକାର ସବୁଠାରୁ ବଡ଼ ଘୋଷଣା କରିଥିଲେ। ପେଟ୍ରୋଲ ଉପରେ ୭.୪୦ ଟଙ୍କା ଓ ଡିଜେଲ ଉପରେ ୭.୧୦ ଟଙ୍କା ଛାଡ଼ କରିଥିଲେ।

ମେଘାଳୟ ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ୩୧.୬୨% ଭ୍ୟାଟକୁ ୨୦% ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୨୨.୯୫%ରୁ ୧୨% କରି ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ତୈଳଦର ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ହ୍ରାସ କରିବାକୁ ମନା କରିଦେଇଛନ୍ତି।

The post ଦୁଇ ଦିନର ବ୍ରେକ୍ ପରେ ପୁଣି ବଢ଼ିଲା ତେଲ ଦର appeared first on Odisha Reporter.



from Odisha Reporter https://ift.tt/2NnzNyl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages