ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା, ଭକ୍ତ ନିରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା, ଭକ୍ତ ନିରାଶ

ସାଲେପୁର(ମନୋଜ ଆଚାର୍ଯ୍ୟ): ପୁଣି ଥରେ କରୋନା ଫେରୁଥିବାରୁ ଏହାକୁ ନେଇ ବେଶ୍‌ ସଜାଗ ରହିଛି ପ୍ରଶାସନ। ଏପରିକି ବିଭିନ୍ନ ସ୍ଥାନରେ ଗହଳିକୁ ନେଇ କିଛି ଦିନ ପୂର୍ବରୁ କଟକଣା କୋହଳ ହୋଇଥିବା ବେଳେ ଏବେ ପୁଣି ଥରେ ତାକୁ କଡ଼ାକଡ଼ି କରିଛି ପ୍ରଶାସନ।  ଏହି ପରିପ୍ରେକ୍ଷୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଜାରି ହୋଇଛି ୧୪୪ ଧାରା ।

ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହେବାର ଥିଲା। ଏହି ଅବସରରେ ବିଭିନ୍ନ ଆଡ଼ୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି  ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତକାଲି ସନ୍ଧ୍ୟାରୁ ଲାଗୁ ହୋଇଥିବା ୧୪୪ ଧାରା ଆସନ୍ତାକାଲି ସନ୍ଧ୍ୟା ୬ ଟା ଯାଏଁ ପୀଠରେ ବଳବତ୍ତର ରହିବ।  ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଧି ମୁତାବକ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହେବ। କେବେଳ ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ  ମିଳିବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ନେମାଳ ପୀଠରେ ଭକ୍ତଙ୍କ ଗହଳି ନାହିଁ।

ଏ ସମ୍ପର୍କରେ ମନ୍ଦିରର ପୂଜାରୀ କହିଛନ୍ତି, ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। ମାତ୍ର କରୋନା ପ୍ରତ୍ୟାବର୍ତ୍ତନ କରୁଥିବାରୁ ପ୍ରଶାସନିକ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ।

ଜଣେ ଭକ୍ତ କହିଛନ୍ତି,  ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଦର୍ଶନ କରି ନ ପାରି  ଦୁଃଖ ଲାଗୁଥିଲେ ବି କରୋନାର ମୁକାବିଲା ପାଇଁ ପ୍ରଶାସନ ନେଉଥିବା ପଦକ୍ଷେପକୁ ଆମେମାନେ ମାନିନେବାକୁ ପ୍ରସ୍ତୁତ ଅଛୁ।

The post ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା, ଭକ୍ତ ନିରାଶ appeared first on Odisha Reporter.



from Odisha Reporter https://ift.tt/3pNKeIm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages