ଓଡ଼ିଶାରେ ୯୪ ଟପିଲା ପେଟ୍ରୋଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ଓଡ଼ିଶାରେ ୯୪ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦରରେ ଲାଗିଲା ନିଆଁ। ଦିନକୁ ଦିନ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲର ପ୍ରାଇସ୍‌ କଣ୍ଟା। ଲାଗୁନି ଲଗାମ । ସେଞ୍ଚୁରୀ ମାରିବା ଆଡକୁ ମୁହାଁଇଲାଣି ତେଲ ଦର। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି।

ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି।  ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି । ଏପଟେ କଟକରେ ଲିଟର ପିଛା ପେଟ୍ରୋଲ  ଦର ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ ଟଙ୍କା ୪୩ ପଇସା ରହିଛି।  ବାରମ୍ବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ  ସାଧାରଣରେ ଅସନ୍ତୋଷ ବଢୁଛି।

ସେପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

ସେହିପରି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ତୈଳ ଦର ବଢ଼ିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ୭୯.୦୬ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୨୧ ଏବଂ ଡିଜେଲ ୮୬.୦୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୮୨.୬୫ ଓ ଡିଜେଲ ୯୦.୦୧ଟଙ୍କା ରହିଛି, ଚେନ୍ନାଇରେ ପେଟ୍ରୋଲ ୮୪.୧୬ ଓ ଡିଜେଲ ୯୦.୯୬ଟଙ୍କା ରହିଛି।

The post ଓଡ଼ିଶାରେ ୯୪ ଟପିଲା ପେଟ୍ରୋଲ ଦର appeared first on Odisha Reporter.



from Odisha Reporter https://ift.tt/3jPm1zW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages