୧୯ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ବରଗଡ଼ରୁ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

୧୯ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

୧୯ଟି ଜିଲ୍ଲାରୁ ଓ ଷ୍ଟେଟ୍ ପୁଲ୍‌ରୁ ଏହି ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି ବରଗଡ଼ ଜିଲ୍ଲାରେ। ଏହି ଜିଲ୍ଲାରେ ୧୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଅନୁଗୋଳ ଜିଲ୍ଲାରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୨, କଟକରୁ ଜଣେ, ଢେଙ୍କାନାଳରୁ ୨, ଗଞ୍ଜାମରୁ ଜଣେ, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୫, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୨, ନୟାଗଡ଼ରୁ ଜଣେ, ପୁରୀରୁ ୩, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୭୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୩,୪୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ୭୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏଯାବତ୍ କରୋନା ଯୋଗୁ ରାଜ୍ୟରେ ୧,୯୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି।

The post ୧୯ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ବରଗଡ଼ରୁ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3agvoWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages