୨ ତାରିଖରେ ପୁଣି ବେଙ୍ଗଲ ଯିବେ ଅମିତ ଶାହ, ୨ ଦିନ ଧରି କରିବେ ରୋଡ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

୨ ତାରିଖରେ ପୁଣି ବେଙ୍ଗଲ ଯିବେ ଅମିତ ଶାହ, ୨ ଦିନ ଧରି କରିବେ ରୋଡ ଶୋ’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି। ଚଳିତ ବର୍ଷ ୨୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ବିଜେପି ନିଜର ରଣନୀତିକୁ ଅଧିକ ଶାଣିତ କରିଛି। ରଣନୀତିର ସଫଳ ରୂପାୟନ କରିବାକୁ ଖୋଦ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାରମ୍ବାର ବେଙ୍ଗଲ ଗସ୍ତ କରି ସାଧାରଣ ସଭା କରୁଛନ୍ତି।

ଏହିକ୍ରମରେ ସେ ପୁଣିଥରେ ମାର୍ଚ୍ଚ ୨ରେ ବେଙ୍ଗଲ ଗସ୍ତ କରିବେ। ସେଠାରେ ସେ ୩ ତାରିଖ ଯାଏ ରହିଛି। ଏହି ସମୟରେ ସେ କ୍ରମାଗତ ଦୁଇ ଦିନ କୋଲକାତାରେ ଦୁଇଟି ରୋଡ୍‌ ଶୋ’ କରି ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିବେ।

ସୂଚନା ଅନୁସାରେ, ଶ୍ରୀ ଶାହ ମାର୍ଚ୍ଚ ୨ରେ ଦକ୍ଷିଣ କୋଲକାତାର ରଶବିହାରୀ ଅଞ୍ଚଳରୁ ମଧ୍ୟ କୋଲକାତାର ରବୀନ୍ଦ୍ର ସଦନ ଯାଏ ରୋଡ ଶୋ’ କରିବେ। ସେହିପରି ମାର୍ଚ୍ଚ ୩ରେ ଉତ୍ତର କୋଲକାତାର ତାଲା ଠାରୁ ମଧ୍ୟ କୋଲକାତାର ଧର୍ମତଲା ଯାଏ ଶାହ ରୋଡ ଶୋ’ କରି ବିଜେପି ପାଇଁ ପ୍ରଚାର କରିବେ।

ଏହାପୂର୍ବରୁ ଫେବୃଆରୀ ୧୮ ଓ ୧୯ରେ ଅମିତ ଶାହ ପଶ୍ଚିମବଙ୍ଗରେ ରହି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ସେ ଜଣେ ଶରଣାର୍ଥୀଙ୍କ ଘରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଫେବୃଆରୀ ୧୧ରେ ଶାହ କୁଚ ବିହାରରେ ବିଜେପିର ପରିବର୍ତ୍ତନ ଯାତ୍ରାର ଆରମ୍ଭ କରି ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ।

ଅନ୍ୟପକ୍ଷରେ ବେଙ୍ଗଲରେ କ୍ଷମତାସୀନ ଟିଏମସି ବିରୋଧରେ ଲଢ଼େଇ କରିବାକୁ ବିଜେପି ରାଜ୍ୟରେ ୧୫ଶହରୁ ଅଧିକ ରାଲି କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହି ସବୁ ରାଲିରେ ଦଳର ବରିଷ୍ଠ ତଥା ଜାତୀୟସ୍ତରର ନେତା ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ରାଲିରେ ସାମିଲ ହୋଇ ଲୋକଙ୍କୁ ସମ୍ବୋଧନ କରିବେ।

The post ୨ ତାରିଖରେ ପୁଣି ବେଙ୍ଗଲ ଯିବେ ଅମିତ ଶାହ, ୨ ଦିନ ଧରି କରିବେ ରୋଡ ଶୋ’ appeared first on Odisha Reporter.



from Odisha Reporter https://ift.tt/3uBtPua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages