ଜାକର୍ତ୍ତା: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ମଣିଷ ସହ ଶାର୍କର ସମ୍ପର୍କ କେମିତି ରହିଛି? କ’ଣ ସତରେ ମଣିଷ ଭଳି ଦେଖା ଯାଉଥିବା ଶାର୍କ ଧରାପଡ଼ିଛି? ଆପଣ ଆଦୌ ଠିକ୍ କଥା ଶୁଣିଛନ୍ତି। ଇଣ୍ଡୋନେସିଆରୁ ଏଭଳି ଖବର ସାମ୍ନାକୁ ଆସିଛି। ଇଣ୍ତୋନେସିଆର ଜଣେ ମତ୍ସ୍ୟଜୀବୀ ମଣିଷ ଭଳି ଦେଖାଯାଉଥିବା ଛୋଟ ଶାର୍କକୁ ନଦୀ ମଧ୍ୟରୁ ଧରିଛନ୍ତି। ଏହା ମଣିଷ ଭଳି ହୋଇଥିବାରୁ, ତା’କୁ ଦେଖି ଲୋକମାନେ ଆଚମ୍ବିତ ହୋଇପଡ଼ିଛନ୍ତି।
ମଣିଷ ଭଳି ଦେଖା ଯାଉଥିବା ଏହି ଶାର୍କକୁ ଗୋଟିଏ ବଡ଼ ଶାର୍କ ପେଟରୁ ଉଦ୍ଧାର କରାଯାଇଛି। ଉକ୍ତ ବିରଳ ଶାର୍କକୁ ମତ୍ସ୍ୟଜୀବୀ ଜଣଙ୍କ ବିକ୍ରି କରିବାକୁ ମନା କରିଦେଇଛନ୍ତି ଓ ତା’କୁ ଘରେ ପାଳିବା ଆରମ୍ଭ କରିଛନ୍ତି। ମଣିଷ ଭଳି ଦେଖା ଯାଉଥିବା ଶାର୍କଟିକୁ ଦେଖିବାକୁ ଏବେ ମତ୍ସ୍ୟଜୀବୀଙ୍କ ଘରେ ପ୍ରବଳ ଭିଡ଼ ଜମିବାରେ ଲାଗିଛି।
ସୂଚନା ଅନୁସାରେ, ୪୮ ବର୍ଷୀୟ ମତ୍ସ୍ୟଜୀବୀ ଅବଦୁଲ୍ଲା ନୁରତ ପୂର୍ବ ନୁସା ତେଙ୍ଗାରା ପ୍ରଦେଶ ସ୍ଥିତ ରୋଟେ ନଦୀରେ ମାଛ ଧରୁଥିଲେ। ଏହି ସମୟରେ ତାଙ୍କ ଟ୍ରଲର ତଳେ ଲାଗିଥିବା ଜାଲ୍ରେ ଭୁଲବଶତଃ ଗୋଟିଏ ଗର୍ଭବତୀ ଶାର୍କ ଫସି ଯାଇଥିଲା। ସେ ତାକୁ ପାଣିରୁ ସ୍ଥଳ ଭାଗକୁ ଆଣିଥିଲେ।
ଏହାର ଗୋଟିଏ ଦିନ ପରେ ଅବଦୁଲ୍ଲା ତା’ ପେଟକୁ କାଟିବାରୁ ଏହା ମଧ୍ୟରୁ ୩ଟି ଛୋଟ ଶାର୍କ ବାହାରିଥିଲେ। ଦୁଇଟି ଛୁଆ ଶାର୍କ ଭଳି ଦେଖାଯାଉଥିବା ବେଳେ ତୃତୀୟଟିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ତୃତୀୟ ଶାର୍କଟି ମଣିଷ ଭଳି ଦେଖାଯାଉଥିବାରୁ ମତ୍ସ୍ୟଜୀବୀ ଜଣଙ୍କ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସେ ଏହାକୁ ବିକ୍ରି ନ କରି ନିଜ ସାଙ୍ଗରେ ଘରକୁ ନେଇ ଆସିଥିଲେ। ଘରେ ରଖି ଅବଦୁଲ୍ଲା ଏବେ ତା’ର ଲାଳନ ପାଳନ କରୁଛନ୍ତି। ସେ କହିଛନ୍ତି, “ମୋ ପଡ଼ୋଶୀ ଠାରୁ ଆରମ୍ଭ କରି ଅନେକ ଲୋକ ଛୋଟ ଶାର୍କଟିକୁ କିଣିବା ପାଇଁ ମୋତେ ପ୍ରସ୍ତାବ ଦେଉଛନ୍ତି। ହେଲେ ମୁଁ ସମସ୍ତଙ୍କୁ ଏହାକୁ ବିକ୍ରି କରିବି ନାହିଁ ବୋଲି କହିଦେଇଛି। ଶାର୍କକୁ ଦେଖିବାକୁ ପ୍ରତିଦିନ ମୋ ଘରକୁ ଅନେକ ଲୋକ ଆସୁଛନ୍ତି। ମୋର ବିଶ୍ୱାସ ମଣିଷ ଭଳି ଦେଖା ଯାଉଥିବା ଏହି ସାର୍କଟି ମୋ ଭାବ୍ୟ ବଦଳାଇ ଦେବ।” ସୋଶାଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ବିଶ୍ୱର ଅନ୍ୟ ପ୍ରାନ୍ତରେ ରହୁଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।
The post ଧରା ପଡ଼ିଲା ମଣିଷ ଭଳି ଦେଖା ଯାଉଥିବା ଶାର୍କ, ଲୋକେ ଆଚମ୍ବିତ appeared first on Odisha Reporter.
from Odisha Reporter https://ift.tt/3slTUvl
No comments:
Post a Comment