ପ୍ରିୟଙ୍କାଙ୍କୁ ମିଳିଥିଲା ଗଣଦୁଷ୍କର୍ମ ଧମକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ପ୍ରିୟଙ୍କାଙ୍କୁ ମିଳିଥିଲା ଗଣଦୁଷ୍କର୍ମ ଧମକ!

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ହଟ୍ ଆଣ୍ଡ ଗ୍ଲାମରସ ଲୁକ୍ ପାଇଁ ବେଶ ଜଣାଶୁଣା। ସେ ବଲିଉଡ ପରେ ଏବେ ହଲିଉଡରେ ମଧ୍ୟ ନିଜ ଦବଦବା ବଜାୟ ରଖିଛନ୍ତି। ହଲିଉଡରେ ସେ ଅନେକ ଗୁଡିଏ ୱେବସିରିଜ, ମ୍ୟୁଜିକ ଆଲବମ ଏବଂ ଫିଲ୍ମରେ ମଧ୍ୟ କାମ କରି ନିଜ ନିଖୁଣ ଅଭିନୟର ଜାଦୁ ଦେଖାଇ ସାରିଛନ୍ତି। ତେବେ ନିକଟରେ ପ୍ରିୟଙ୍କା ତାଙ୍କ ବ୍ୟକ୍ତିଗତ ଏବଂ ପ୍ରଫେସନାଲ ଜୀବନକୁ ନେଇ ବଡ ଖୁଲାସା କରିଛନ୍ତି।

ପ୍ରାୟ ତିନି ବର୍ଷ ପୂର୍ବେ କ୍ଵାଣ୍ଟିକୋ ଜରିଆରେ ଆମେରିକା ଟେଲିଭିଜନରେ ପଦାର୍ପଣ କରିଥିବା ପ୍ରିୟଙ୍କା ଚୋପ୍ରା ଜୋନସ ୨୦୧୨ରେ ନିଜର ପ୍ରଥମ ଭିଡିଓ ସଙ୍ଗ ‘ଇନ ମାଇ ସିଟି’ ଜାରି କରିଥିଲେ। ନିକଟରେ ସେ ନିଜର ପ୍ରଥମ ପୁସ୍ତକ ‘ଅନ ଫିନିସ୍‌ଡ: ଏ ମେମୋରୀ’ ପ୍ରକାଶିତ କରିଛନ୍ତି। ଏଥିରେ ଅଭିନେତ୍ରୀ ନିଜର ପ୍ରଥମ ଭିଡିଓକୁ ନେଇ ତାଙ୍କୁ ଆମେରିକାରେ ମିଳିଥିବା ବିଚିତ୍ର ଓ ନକରାତ୍ମକ ପ୍ରତିକ୍ରିୟା ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରିୟଙ୍କା ଖୁଲାସା କରିଛନ୍ତି ଯେ, ପ୍ରଥମେ ସେ ବର୍ଣ୍ଣ ବୈଷମତାର ଶିକାର ହୋଇଥିଲେ। ଲୋକେ ତାଙ୍କୁ ନେଇ ଅନେକ  ଅଶ୍ଳୀଳ ଟିପ୍ପଣୀ ମଧ୍ୟ କରୁଥିଲେ। ତାଙ୍କୁ କଳା ଆତଙ୍କବାଦୀ ବୋଲି କହିବା ସହ ତାଙ୍କୁ ଗଣ ଦୁଷ୍କର୍ମର ଧମକ ମଧ୍ୟ ମିଳିଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ମୋତେ ଏବେ ମଧ୍ୟ ଆମେରିକା ଟେଲିଭିଜନରେ ନିଜର ପ୍ରଥମ ରାତିର ରୋମାଞ୍ଚକର ଅନୁଭୁତି ମନେ ଅଛି। ମୋର ପୂର୍ବ ଘୋଷଣା ଅନୁଯାୟୀ ଲକ୍ଷ ଲକ୍ଷ ଲୋକଙ୍କ ସହ  ‘ଇନ୍ ମାଇ ସିଟି’ର ପ୍ରୋମୋ ଭିଡିଓ ଦେଖିବା ମୋର ମନେ ଅଛି।  ଯୁକ୍ତରାଷ୍ଟ୍ର ଆମେରିକାରେ ଏତେ ବଡ଼ ପ୍ଲାଟଫର୍ମରେ ମୋର ପ୍ରଥମ ଗୀତ ଡେବ୍ୟୁ କରିବା ପରେ ମୋର ଖୁସି କହିଲେ ନସେରେ। କିନ୍ତୁ ଏହି ଖୁସି ଅଧିକ ସମୟ ପାଇଁ ତିଷ୍ଟି ନଥିଲା। କିଛି ଲୋକଙ୍କ ପାଖରୁ ମିଳିଥିବା ପ୍ରତିକ୍ରିୟା ମୋର ସବୁ ଖୁସି ଛଡାଇ ନେଇଥିଲା ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ଲୋକେ ଇମେଲ ଏବଂ ଚାଟ୍ ମାଧ୍ୟମରେ ଯେଉଁ ସବୁ କମେଣ୍ଟ ଦେଇଥିଲେ ତାହା ଅଧିକ ଯନ୍ତ୍ରଣା ଦେଇଥିଲା। ସେ ପୁରା ଭାଙ୍ଗି ପଡିଥିଲେ। ଲୋକେ ତାଙ୍କୁ କଳା ଆତଙ୍କବାଦୀ କହିବା ସହ ଜାତିପ୍ରଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କେବଳ ସେତିକି ନୁହେଁ ତୁମ ଦେଶକୁ ଫେରିଯାଅ ଏବଂ ସେଠି ଗଣଦୁଷ୍କର୍ମର ଶିକାର ହୁଅ ବୋଲି ମଧ୍ୟ କହିଥିଲେ, ଯାହା ତାଙ୍କୁ ସବୁଠୁ ଅଧିକ କଷ୍ଟ ଦେଇଥିଲା ବୋଲି ପ୍ରିୟଙ୍କା ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଲଞ୍ଚ କରିଥିବା ନିଜ ବହି ‘ଅନ୍‌ଫିନିସଡ୍: ଏ ମେମୋରୀ’ରେ ଅନେକ ବଡ ବଡ ଖୁଲାସା କରିସାରିଛନ୍ତି। ନିଜ କ୍ୟାରିଅର ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସର୍ଜରୀ, ଡେଟିଂ ଲାଇଫ୍, ବିବାହ, ସ୍କୁଲ ଏବଂ ପରିବାର ବିଷୟରେ ସେ ନିଜ ବହିରେ ଲେଖିଛନ୍ତି। ପ୍ରିୟଙ୍କାଙ୍କ ଏହି ବହି ରିଲିଜ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନ୍ୟୁୟର୍କ ଟାଇମ୍ସରେ ବେଷ୍ଟ ସେଲର ଲିଷ୍ଟରେ ତାଙ୍କର ଏହି ବହି ସାମିଲ ହୋଇଛି।

The post ପ୍ରିୟଙ୍କାଙ୍କୁ ମିଳିଥିଲା ଗଣଦୁଷ୍କର୍ମ ଧମକ! appeared first on Odisha Reporter.



from Odisha Reporter https://ift.tt/2ZJLt0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages