ମାଲକାନଗିରି(ଜିତେନ୍ଦ୍ର ବେଉରା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଓଡ଼ିଶା ସୀମାରେ ପଶି ନିର୍ବାଚନ କରାଇବା ପରେ ଏବେ ପୁଣି ଥରେ ଓଡ଼ିଶାରେ ପଶିଛି ଆନ୍ଧ୍ର। ଏଥର ସ୍ୱାସ୍ଥ୍ୟସେବା ଯୋଗାଇବା ନାଁରେ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ।
ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମୀ। ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି।
ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲ୍ଲାରେ ପଶି ପଞ୍ଚାୟତ ନିର୍ବାଚନ କରାଇଛି ଆନ୍ଧ୍ର। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ଏବେ ସର୍ବୋଚ୍ଚ ନ୍ୟାୟଳୟରେ ବିଚାରାଧୀନ ରହିଛି।
The post ପୁଣି ଓଡ଼ିଶାରେ ପଶିଲା ଆନ୍ଧ୍ର; ଗାଁ ଗାଁ ବୁଲି କରୁଛି ସ୍ୱାସ୍ଥ୍ୟ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/2Nyt4l4
No comments:
Post a Comment