ପୁଡୁଚେରୀରେ ଲାଗୁ ହେବ ରାଷ୍ଟ୍ରପତି ଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ପୁଡୁଚେରୀରେ ଲାଗୁ ହେବ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ପୁଡୁଚେରୀରେ କଂଗ୍ରେସ ସରକାରର ପତନ ପରେ ଏବେ କିଏ ସେଠାରେ ସରକାର ଗଠନ କରିବ, ତା’କୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ବିଜେପି ଆଣ୍ଡ କୋଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୪ ରହିଛି। ହେଲେ ସେମାନେ ଉକ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଗଠନ କରିବା ପାଇଁ ଉପରାଜ୍ୟପାଳ ଟି ସୌନ୍ଦରାରାଜନଙ୍କ ପାଖରେ ଆବେଦନ କରିବେ ନାହିଁ।

ଏଥିପାଇଁ ଖୁବଶୀଘ୍ର ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଶାସନ ସମୟରେ ହିଁ ଏଠାରେ ବିଧାନସଭା ନିର୍ବାଚନ ହେବ। ଉପରାଜ୍ୟପାଳ ଏବେ ଠାରୁ ହିଁ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିସ ମଧ୍ୟ କରି ସାରିଥିବା ଜଣାପଡ଼ିଛି। ଉପରାଜ୍ୟପାଳ ସୌନ୍ଦରାରାଜନ ପଠାଇଥିବା ସୁପାରିସ୍‌ ସମ୍ପର୍କିତ ଚିଠିକୁ ଆଜି କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ ଓ ଏହାକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

ପୁଡୁଚେରୀ ବିଧାନସଭା ନିର୍ବାଚନର ଠିକ୍‌ ୩ ମାସ ପୂର୍ବରୁ ଗତ ସୋମବାର ଭି ନାରାୟଣସାମୀଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା। ଏକାଧିକ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀ ବିଧାନସଭାର ଆସନ ସଂଖ୍ୟା ୨୬କୁ ଖସି ଆସିଥିଲା। ତଥାପି କଂଗ୍ରେସ ଓ ଡିଏମକେ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ପାରି ନଥିଲେ। ଏହି କାରଣରୁ ନାରାୟଣସାମୀଙ୍କ ସରକାର ଭାଙ୍ଗି ଯାଇଥିଲା।

ଆସ୍ଥା ଭୋଟରେ ପରାସ୍ତ ପରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଉପରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହି ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଯାଇଥିଲା। ସେ ମଙ୍ଗଳବାର ନରାୟଣସାମୀ ଓ ମନ୍ତ୍ରୀମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି।

କଂଗ୍ରେସ ପୁଡୁଚେରୀ ବିଧାନସଭାରେ ୧୫ଟି ଆସନ ଜିତିବା ପରେ ୩ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟଙ୍କ ସମର୍ଥନରେ ସରକାର ଗଠନ କରିଥିଲା। ହେଲେ ଗତ ଗୋଟିଏ ମାସ ମଧ୍ୟରେ ୫ କଂଗ୍ରେସ ବିଧାୟକ ଓ ଜଣେ ଡିଏମକେ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ ନାରାୟଣସାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଥିଲା।

ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଜେପିରେ ମିଶି ସାରିଥିବା ବେଳେ ଆଗକୁ ଆହୁରି ବିଧାୟକ ପଦ୍ମ ଧରିବେ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ମେ’ ମାସ ମଧ୍ୟରେ ପୁଡୁଚେରୀ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବିଜେପି ଆଣ୍ଡ କୋ ପୁଡୁଚେରୀରେ ସରକାର ଗଠନ କରିବାକୁ ଚାହୁଁନାହାନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାଶ କରିବା ସହ ସେ ପୁଡୁଚେରୀରେ ଆୟୋଜିତ ବିଜେପି ରାଲିରେ ମଧ୍ୟ ଉଦବୋଧନ ଦେବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଫେବୃଆରୀ ୨୮ରେ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

The post ପୁଡୁଚେରୀରେ ଲାଗୁ ହେବ ରାଷ୍ଟ୍ରପତି ଶାସନ appeared first on Odisha Reporter.



from Odisha Reporter https://ift.tt/37JXfMZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages