ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ରବିବାର ଓଡ଼ିଶା ତା’ର ଶେଷ ଲିଗ୍ ମ୍ୟାଚରେ ଉତ୍ତର ପ୍ରଦେଶ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି। ଚଳିତ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ୫ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଛି। ଓଡ଼ିଶା ତା’ର ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ କେରଳ (୩୪ ରନ୍), ରେଲୱେ (୮ ୱିକେଟ୍) ଓ କର୍ଣ୍ଣାଟକ (୧୦୧ ରନ୍) ଠାରୁ ପରାସ୍ତ ହୋଇଥିଲା। ତେବେ ଚତୁର୍ଥ ମ୍ୟାଚରେ ବିହାରକୁ ହରାଇ ଓଡ଼ିଶା ଖାତା ଖୋଲିଥିଲା। କିନ୍ତୁ ଆଜି ପୁଣିଥରେ ଓଡ଼ିଶା ପରାସ୍ତ ହୋଇ ଅଭିଯାନ ଶେଷ କରିଛି।
ରବିବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ବ୍ୟାଟ୍ସମ୍ୟାନ୍ ମାନେ ଉତ୍ତର ପ୍ରଦେଶ ବୋଲିଂ ଆଟାକକୁ ସାମ୍ନା କରିନପାରି ୪୦.୧ ଓଭରରେ ୧୪୮ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୯ ରନ୍ କରିଥିବା ବେଳେ ରାକେଶ ପଟ୍ଟନାୟକ ୪୬ ଓ କ୍ୟାପଟେନ୍ ଶାନ୍ତନୁ ମିଶ୍ର ୨୪ ରନ୍ କରିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଶିବମ ଶର୍ମା ୨୨ ରନ୍ ଦେଇ ୬ଟି ଓ ଆକିବ୍ ଖାନ୍ ଓ ଶିବମ ମାଭି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଜବାବରେ ଉତ୍ତର ପ୍ରଦେଶ ୨୧.୪ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ କରି ବିଜୟ ଲାଭ କରିଛି। ଦଳ ପକ୍ଷରୁ ଅଭିଷେକ ଗୋସ୍ୱାମୀ ୨୫, କରନ ଶର୍ମା ୨୫, ପ୍ରିୟମ ଗର୍ଗ ୧୭ ଓ ଉପେନ୍ଦ୍ର ଯାଦବ ୩୨ ରନ୍ କରି ଆଉଟ୍ ହୋଇଥିଲେ। ସମୀର ଚୌଧୁରୀ ୨୯ ଓ ଅକ୍ଷଦୀପ ନାଥ ୧୬ ରନ୍ କରି ଅପରାଜିତ ଥିଲେ।
The post ଗୋଟିଏ ମ୍ୟାଚ୍ ଜିତି ଅଭିଯାନ ଶେଷ କଲା ଓଡ଼ିଶା appeared first on Odisha Reporter.
from Odisha Reporter https://ift.tt/3kw8Cgz
No comments:
Post a Comment