୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ ଯୁବ ବ୍ୟାଟ୍ସମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ ଯୁବ ବ୍ୟାଟ୍ସମ୍ୟାନ୍

ଇନ୍ଦୋର: ଚଳିତ ବିଜୟ ହଜାରେ ଟ୍ରଫିରେ ଅନ୍ତର୍ଜାତୀୟ ତାରକାଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷୁଛି। କିନ୍ତୁ କିଛି ଅନକ୍ୟାପଡ୍ ଖେଳାଳି ଅଛନ୍ତି, ଯିଏ ପ୍ରଚୁର ରନ୍ ବର୍ଷା କରିବା ସତ୍ତ୍ୱେ ଲୋକଲୋଚନକୁ ଆସୁନାହାନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ଭେଙ୍କଟେଶ ଆୟର୍, ଯିଏ ମଧ୍ୟପ୍ରଦେଶ ପକ୍ଷରୁ ଖେଳନ୍ତି। ଭେଙ୍କଟେଶ ଚଳିତ ବିଜୟ ହଜାରେ ଟ୍ରଫିର ରବିବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ଗ୍ରୁପ୍-ବି’ ମ୍ୟାଚରେ ବିସ୍ଫୋରକ ଇନିଂସ୍ ଖେଳିଛନ୍ତି।

ଭେଙ୍କଟେଶ ଏହି ମ୍ୟାଚରେ ୧୯୮ ରନ୍ କରି ରନଆଉଟ୍ ହୋଇଛନ୍ତି। ଦୁର୍ଭାଗ୍ୟବତଃ ଭେଙ୍କଟେଶ ମାତ୍ର ୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି, କିନ୍ତୁ ତାଙ୍କର ଏହି ଇନିଂସ୍ ବଳରେ ମଧ୍ୟପ୍ରଦେଷ ୫୦ ଓଭରରେ ୩ ୱିକେଟ୍ ହରାଇ ୪୦୨ ରନର ବିଶାଳ ସ୍କୋର କରିଛି। ପଞ୍ଜାବ ବିପକ୍ଷରେ ଭେଙ୍କଟେଶ ଯେଉଁ ଇନିଂସ୍ ଖେଳିଛନ୍ତି, ତାହା ବହୁତ କମ୍ ଦେଖିବାକୁ ମିଳେ। ଭେଙ୍କଟେଶ ୧୪୬ ବଲ୍ ଖେଳି ୨୦ ଚୌକା ଓ ୭ ଛକା ସହ ଅପରାଜିତ ୧୯୮ ରନ୍ କରିଛନ୍ତି।

ଭେଙ୍କଟେଶ ପ୍ରଥମ ୱିକେଟ୍ ପାଇଁ ଅଭିଷେକ ଭଣ୍ଡାରୀ (୨୧)ଙ୍କ ସହ ମିଶି ୬୮ ରନ୍ କରିଥିଲେ। ଏହା ପରେ ସେ ରଜତ ପଟିଦାରଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୩୬ ଏବଂ ଆଦିତ୍ୟ ଶ୍ରୀବାସ୍ତବଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୪୯ ରନର ପାର୍ଟନରଶିପ୍ କରିଛନ୍ତି। ଭେଙ୍କଟେଶ ୧୯୮ ରନ୍ କରିଥିବା ବେଳେ ସିଦ୍ଧାର୍ଥ କୌଲଙ୍କ ଦ୍ୱାରା ରନଆଉଟର ଶିକାର ହୋଇଥିଲେ। ମଧ୍ୟ ପ୍ରଦେଶ ପକ୍ଷରୁ ଆଦିତ୍ୟ ଶ୍ରୀବାସ୍ତବ ୮୮ (୫୬ ବଲ୍, ୮ ଚୌକା ଓ ୪ ଛକା) ଓ ପାର୍ଥ ସାହାନୀ ୨୮ (୧୩ ବଲ୍ , ୩ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ।

The post ୨ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ ଯୁବ ବ୍ୟାଟ୍ସମ୍ୟାନ୍ appeared first on Odisha Reporter.



from Odisha Reporter https://ift.tt/30befaZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages