ପାକିସ୍ତାନକୁ ଘର ଗିଫ୍ଟ କରିବେ ଟ୍ରାଜେଡି କିଙ୍ଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ପାକିସ୍ତାନକୁ ଘର ଗିଫ୍ଟ କରିବେ ଟ୍ରାଜେଡି କିଙ୍ଗ!

ମୁମ୍ବାଇ: ପେଶୱାରରେ ଥିବା ନିଜ ପୌତୃକ ଘରକୁ ପାକିସ୍ତାନକୁ ଗିଫ୍ଟ କରିବେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର। ଶୁକ୍ରବାର ପାକିସ୍ତାନରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଏଭଳି ଦାବି କରିଛନ୍ତି। ପାକିସ୍ତାନର ଦିଲୀପ କୁମାରଙ୍କ ଜଣେ ସମ୍ପର୍କୀୟ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ, ଏଠାରେ ଥିବା ଅଭିନେତାଙ୍କ ବଙ୍ଗଳାର ‘ପାୱାର ଅଫ୍ ଆଟର୍ଣ୍ଣି’  ତାଙ୍କ ପାଖରେ ଅଛି। ଦିଲୀପ ତାଙ୍କୁ ତାଙ୍କ ପୌତୃକ ସମ୍ପତ୍ତି ଉପହାର ରୂପେ ଦେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

କୁମାରଙ୍କ ସମ୍ପର୍କୀୟ ତଥା ସରହଦ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ଫୁଆଦ ଇସାକ୍ ପିଟିଆଇକୁ କହିଛନ୍ତି ଯେ ପେଶୱାରରେ ଉକ୍ତ ସମ୍ପତ୍ତି ପାଇଁ ତାଙ୍କ ପାଖରେ ଆଇନ ଅନୁଯାୟୀ କ୍ଷମତା ଅଛି। ୯୮ବର୍ଷିୟ ଦିଲୀପ କୁମାରଙ୍କୁ ୨୦୧୨ରେ ଉକ୍ତ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣି ତିଆରି କିରଥିଲେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ପଖସ୍ତନୱା ପ୍ରଦେଶରେ ସ୍ଥିତ ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଏହି ପୌତୃକ ଘରର ବର୍ତ୍ତମାନର ମାଲିକ ସରକାର ସ୍ଥିର କରିଥିବା ଦାମରେ ବିକ୍ରି କରିବା ପାଇଁ ମନା କରିଦେଇଛନ୍ତି। ଉକ୍ତ ଘରଟି ପ୍ରାଇମ ଲୋକେସନରେ ଥିବାରୁ ଏହାକୁ ୨୫ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ପ୍ରଶାସନ ନିକଟରେ ସେ ଦାବି କରୁଛନ୍ତି।

୧୦୧ ବର୍ଗ ଫୁଟ ଅଞ୍ଚଳରେ ବିସ୍ତୃତ ଦିଲୀପ କୁମାରଙ୍କ ଏହି ଘରର ଦାମ୍‌ ସ୍ଥାନୀୟ ସରକାର ୮୦. ୫୬ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ। କିନ୍ତୁ ଉକ୍ତ ଘରର ମାଲିକ ହାଜି ଲାଲ ମହମ୍ମଦ ଏତେ କମ୍‌ ଦାମରେ ଘର ବିକ୍ରି କରିବେ ନାହିଁ ବୋଲି କହିଛନ୍ତି।

The post ପାକିସ୍ତାନକୁ ଘର ଗିଫ୍ଟ କରିବେ ଟ୍ରାଜେଡି କିଙ୍ଗ! appeared first on Odisha Reporter.



from Odisha Reporter https://ift.tt/2OzWDTu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages