ଲାଇଭ୍ ରିପୋର୍ଟିଂ ବେଳେ ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇ ଲୁଟିଲା ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଲାଇଭ୍ ରିପୋର୍ଟିଂ ବେଳେ ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇ ଲୁଟିଲା ଦୁର୍ବୃତ୍ତ

ଏକ୍ୟୁଏଡୋର: କ୍ୟାମେରା ସାମ୍ନାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ସହ ଅଭାବନୀୟ ଘଟଣା ଘଟିଛି। ଟିଭିରେ ଲାଇଭ ରିପୋର୍ଟିଂ କରୁଥିବା ବେଳେ ହଠାତ୍ ଜଣେ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଜଣାପଡ଼ିଛି। ଏଭଳି ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯେଉଁଥିରେ ଲୁଟେରା ଜଣଙ୍କ ବନ୍ଧୁକ ଦେଖାଇ ଲୁଟପାଟ୍ କରୁଥିବାର ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଏହି ଭିଡିଓଟି ଦକ୍ଷିଣ ଆମେରିକାର ଏକୁଆଡୋରର ବୋଲି ଜଣାପଡ଼ିଛି। ଚଳିତ ସପ୍ତାହରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଫୁଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ଲୁଟେରା ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

‘ଦ ସନ୍’ର ରିପୋର୍ଟ ଅନୁଯାୟୀ ଏହି ଘଟଣା ରୋମେରୋ କାରବୋ ମୋନୁମେଣ୍ଟାଲ ଷ୍ଟାଡିୟମ ବାହାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସେଠାରେ ଡିଏଗୋ ଓର୍ଡିନୋଲା ନାମକ ବ୍ୟକ୍ତି ରିପୋର୍ଟିଂ କରୁଥିଲେ। ଏହି ସମୟରେ ଲୁଟେରା ଜଣଙ୍କ ଟୋପି ଓ ମାସ୍କ ପିନ୍ଧି ଆସି ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇଥିଲା। ଅପରାହ୍ନ 1ଟାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ରିପୋର୍ଟର ଜଣଙ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଲୁଟେରା ଜଣଙ୍କ ରିପୋର୍ଟରଙ୍କ ପାଖରୁ ପଇସା ଲୁଟିବା ପାଇଁ ପ୍ରୟାସ କରୁଥିବା ବେଳେ କ୍ୟାମେରା ମ୍ୟାନଙ୍କ ପାଖରୁ କ୍ୟାମେରା ନେବାକୁ ପ୍ରୟାସ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଅଳ୍ପ କିଛି ଜିନିଷ ଲୁଟ୍ କରି ଲୁଟେରା ଜଣଙ୍କ ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିିଳିଛି। ପୁଲିସ ଅପରାଧୀକୁ ଖୁବଶୀଘ୍ର ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

The post ଲାଇଭ୍ ରିପୋର୍ଟିଂ ବେଳେ ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇ ଲୁଟିଲା ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3k4bAZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages