୧୬ ବର୍ଷରେ ୧୦୦ ସର୍ଜରୀ, ତଥାପି ବୁଝୁନି ମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

୧୬ ବର୍ଷରେ ୧୦୦ ସର୍ଜରୀ, ତଥାପି ବୁଝୁନି ମନ

ବେଜିଂ: ଅନ୍ୟଠାରୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ କାହିଁ କେତେ କ’ଣ କରିପକାନ୍ତି। କିଏ ପାର୍ଲର ଯାଏ ତ ଆଉ କିଏ ଆୟୁର୍ବେଦର ସାହାରା ନିଅନ୍ତି। ସେହିପରି ନିଜକୁ ସୁନ୍ଦର କରିବାର ସବୁଠାରୁ ଏକ ବଡ ମାଧ୍ୟମ ହେଲା ସର୍ଜରୀ। ପ୍ଲାଷ୍ଟିକ ବା କସମେଟିକ ସର୍ଜରୀ ଜରିଆରେ ଅଧିକାଂଶ ଯୁବତୀ ଅନ୍ୟଠାରୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିଥାନ୍ତି। ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଯୁବତୀ, ଆଜିକାଲି ସମସ୍ତେ ଏହି ପ୍ଳାଷ୍ଟିକ ସର୍ଜରୀର ସାହାରା ନେଉଥିବା ନଜିର ରହିଛି। ନିକଟରେ ସୁନ୍ଦର ଦେଖାଯିବା ପାଇଁ ଠିକ ଏଭଳି ହିଁ କିଛି କରିଛନ୍ତି ଜଣେ ୧୬ ବର୍ଷୀୟ ନାବାଳିକା।

ସୁନ୍ଦର ଦେଖାଯିବା ନିଶାରେ ବେଜିଂର ଝୋଉ ଚୁନ ନାମକ ଜଣେ ୧୬ ବର୍ଷୀୟ ଯୁବତୀ ନିଜ ମୁହଁରେ ୧୦୦ ଥର ସର୍ଜରୀ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏତେ ଥର ସର୍ଜରୀ କରିବା ପରେ ମଧ୍ୟ ସେ ନିଜ ମୁହଁକୁ ନେଇ ସନ୍ତୁଷ୍ଟ ନାହାନ୍ତି। ତାଙ୍କ ମନ ବୁଝୁନି। ସେ ଏବେ ପୁଣି ଥରେ ୧୦୧ ନମ୍ବର ସର୍ଜରୀ କରିବା ପାଇଁ ମନ ବଳାଇଛନ୍ତି।

ଅନ୍ୟଠାରୁ ସୁନ୍ଦର ଦେଖାଯିବା ପାଇଁ ୧୦୦ ଥର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ଝୋଉ ଚୁନ୍‌

ଝୋଉ ଚୁନ ଭାବନ୍ତି ଯେ, ସୁନ୍ଦର ଝିଅମାନଙ୍କୁ ସର୍ବଦା ସହଜ କାମ ମିଳେ । ଏଥିପାଇଁ ସେ ନିଜକୁ କଣ୍ଢେଇ ଭଳି ଦେଖାଯିବା ଲାଗି ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଛନ୍ତି।  ଏହି ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କର ପାଖାପାଖି ୪ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ସେ ଏବେ ଯାଏଁ ନିଜ ମନଲାଖି ଚେହେରା ଟିଏ ପାଇପାରି ନାହାନ୍ତି। ୧୦୦ ଥର ସର୍ଜରୀ କରିବା ପରେ ଝୋଇ ସୋଶାଲ ମିଡିଆରେ ତାଙ୍କର ଏକ ଫଟୋକୁ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଝୋଉ କହିଛନ୍ତି ଯ, ସର୍ଜରୀ ପୂର୍ବରୁ ସେ ବେଶ ଅସୁନ୍ଦର ଥିଲେ। ତାଙ୍କ ଆଖି ଛୋଟ ଏବଂ ନାକ ମଧ୍ୟ ଚେପଟା ଥିଲା। ଏଥିପାଇଁ ସ୍କୁଲରେ ସାଙ୍ଗସାଥୀମାନେ ତାଙ୍କର ମଜାକ ଉଡାଉଥିଲେ। କେବଳ ସେତିକି ନୁହେଁ ଅସୁନ୍ଦର ହେବା ଯୋଗୁଁ ସ୍କୁଲରେ ତାଙ୍କୁ ସଫାସଫି କାମ କରିବା ପାଇଁ  ମଳୁଥିଲା।  ସୁନ୍ଦର ଯୁବତୀମାନଙ୍କୁ ସହଜ କାମ ମିଳୁଥିଲା। ଏଥିପାଇଁ ସେ ଅନ୍ୟଠାରୁ ସୁନ୍ଦର ଦେଖାଯିବା ଲାଗି ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଗତ ତିନି ବର୍ଷ ମଧ୍ୟରେ ଝୋଉ ନିଜ ମୁହଁର ଭିନ୍ନ ଭିନ୍ନ ଅଙ୍ଗ ତଥା ଆଖି, ନାକ, କାନ, ଓଠ ଆଦିରେ ଟ୍ରାନ୍ସପ୍ଲାଣ୍ଟ କରିସାରିଛନ୍ତି। ସେ ଏବେ ବାର୍ବି ଡଲ୍‌ ଭଳି ଦେଖାଯିବା ପାଇଁ ମନସ୍ତ କରିଛନ୍ତି। ଏଥିଲାଗି ସେ ପୁଣିଥରେ ଆଉ ଏକ ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

The post ୧୬ ବର୍ଷରେ ୧୦୦ ସର୍ଜରୀ, ତଥାପି ବୁଝୁନି ମନ appeared first on Odisha Reporter.



from Odisha Reporter https://ift.tt/2ZAunlK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages