ଭାରତୀୟ ସୀମା ନିକଟରେ ଚାଇନାର ବୋମା ବର୍ଷଣ, ଥରି ଉଠିଲା ଲଦାଖର ପାହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଭାରତୀୟ ସୀମା ନିକଟରେ ଚାଇନାର ବୋମା ବର୍ଷଣ, ଥରି ଉଠିଲା ଲଦାଖର ପାହାଡ଼

ବେଜିଂ: ପୂର୍ବ ଲଦାଖରେ ଦାଦାଗିରି ଦେଖାଉଥିବା ଚାଇନା ଏବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ଲାଗି ରହିଥିବା ତା’ ସୀମାରେ ଟ୍ୟାଙ୍କ ଦ୍ୱାରା ବୋମା ବର୍ଷଣ କରିବା ଆରମ୍ଭ କରିଛି।

ଚାଇନାର ଏପରି ବୋମା ବର୍ଷଣ ଯୋଗୁ ଲଦାଖରେ ଥିବା ପାହାଡ଼ ଗୁଡ଼ିକ ଥରି ଉଠିଛି। ଚାଇନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିକଟରେ ରୁଟୋଗ କାଉଣ୍ଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା। ଏହି ଅଞ୍ଚଳଟି ଭାରତୀୟ ସୀମାର ଖୁବ ନିକଟରେ ରହିଛି। ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ପିପୁଲ୍ସ ଲିବେରେସନ ଆର୍ମିର ଯବାନମାନେ କେମିତି ଟ୍ୟାଙ୍କ ଦ୍ୱାରା ନିଜର ଲକ୍ଷ୍ୟଭେଦ କରୁଛନ୍ତି, ତା’ର ଦୃଶ୍ୟ ରହିଛି।


ଭିଡିଓ ଅନୁସାରେ, ଏକସଙ୍ଗରେ ଅନେକ ଟ୍ୟାଙ୍କରୁ ବୋମା ମାଡ଼ କରାଯାଉଛି। ଏହା ବିସ୍ଫୋରଣ ହେବା କ୍ଷଣି ଲଦାଖର ପାହାଡ଼ଗୁଡ଼ିକ ଥରି ଉଠୁଛି। ଯୁଦ୍ଧାଭ୍ୟାସ ହେଉଥିବା ଅଞ୍ଚଳଟି ପୂରା ବରଫରେ ଆବୃତ୍ତ ହୋଇ ରହିଛି। ଏହାର ଅର୍ଥ ଏବେ ହିଁ ଏସବୁ ଘଟଣା ଘଟିଛି। ଚାଇନା ସେନା କରାକୋରାମ ପାହାଡ଼ ଉପରେ ଅଧିକ ସଂଖ୍ୟାରେ ନିଜର ଘାତକ ଟ୍ୟାଙ୍କ Type 99A ମୁତୟନ କରିଛି। ଭୂପୃଷ୍ଠରୁ ପ୍ରାୟ ୫ ହଜାର ଫୁଟ ଉପରେ ଏଗୁଡ଼ିକୁ ରଖାଯାଇଛି।

ଖାଲି ସେତିକି ନୁହେଁ, ଚାଇନା ନୂଆ ଟାଇପ୍‌ ୧୫ ଟ୍ୟାଙ୍କର ଗ୍ରୁପ୍‌କୁ ମଧ୍ୟ ପ୍ରସ୍ତୁତ କରି ରଖିଛି। ଏହି ଟ୍ୟାଙ୍କ ଗୁଡ଼ିକ ଯୁଦ୍ଧ ମୈଦାନରେ ଟାଇପ ୯୯ଏ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ। ଟାଇପ ୯୯ଏ ଅଧିକ ଘାତକ ହୋଇଥିବା ବେଳେ ଟାଇପ ୧୫ କ୍ଷିପ୍ର ବେଗରେ ଆକ୍ରମଣ କରିବାର କ୍ଷମତା ରଖିଛି।

ଦୀର୍ଘ ଦିନ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏସବୁ ଭିତରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ କହିଥିଲେ। ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଚଳାଇଥିବା ଚାଇନା ଏବେ ଭାରତୀୟ ସୀମା ନିକଟରେ ନିଜର ଦବଦବା ଦେଖାଇବା ଆରମ୍ଭ କରିଛି।

The post ଭାରତୀୟ ସୀମା ନିକଟରେ ଚାଇନାର ବୋମା ବର୍ଷଣ, ଥରି ଉଠିଲା ଲଦାଖର ପାହାଡ଼ appeared first on Odisha Reporter.



from Odisha Reporter https://ift.tt/3q9niEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages